ନିର୍ବାଚନ ଜିତିବା ପରେ ଗୁଣ୍ଡାଗର୍ଦ୍ଦି ଆରମ୍ଭ କଲେ ଶାକିବ ଅଲ୍ ହାସନ, ଫ୍ୟାନ୍ଙ୍କୁ ମାରିଲେ ଚାପୁଡା
ଶାକିବ ବାଂଲାଦେଶ ନିର୍ବାଚନ ଜିତିବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଶାକିବ ଯାଇଥିଲେ । ବ୍ୟକ୍ତି ଜଣକ ତାଙ୍କ ସହିତ ସେଲଫି ନେବାକୁ ଚେଷ୍ଟା କରିଥିଲେ । ଏହାପରେ ବ୍ଲୁ ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କୁ ପଛରୁ ଧରିପକାଇଥିଲେ । ଏହାପରେ ରାଗରେ ଶାକିବ ତାଙ୍କୁ ଚାପୁଡା ମାରିଥିଲେ ।

ବାଂଲାଦେଶର ଅଧିନାୟକ ଶାକିବ ଅଲ୍ ହାସନ ନିର୍ବାଚନରେ ମଇଦାନରେ ପାଦ ଦେଇ ବିଜୟ ହାସଲ କରିଛନ୍ତି । ବାଂଲାଦେଶରେ ନିର୍ବାଚନ ଜିତିବା ପରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଭିଡିଓରେ ସେ ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରୁଥିବାର ଦେଖିବାକୁ ମିଳିଛି । ଆଉ ଭିଡିଓ ଭାଇରଲ ହେବା ପରେ ଶାକିବଙ୍କୁ ନିନ୍ଦା କରାଯାଉଛି ।
ଶାକିବ ବାଂଲାଦେଶ ନିର୍ବାଚନରେ ଦେଢ ଲକ୍ଷ ଭୋଟରେ ବିଜୟୀ ହୋଇଛନ୍ତି । ନିର୍ବାଚନ ଜିତିବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଶାକିବ ଯାଇଥିଲେ । ସେଠାରେ ବହୁତ ସଂଖାରେ ପ୍ରଶଂସକ ଉପସ୍ଥିତି ଥିଲେ । ପ୍ରଥମେ ବ୍ୟକ୍ତି ଜଣକ ତାଙ୍କ ସହିତ ସେଲଫି ନେବାକୁ ଚେଷ୍ଟା କରିଥିଲେ । ଏହାପରେ ବ୍ଲୁ ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କୁ ପଛରୁ ଧରିପକାଇଥିଲେ । ଏହାପରେ ରାଗରେ ଶାକିବ ତାଙ୍କୁ ଚାପୁଡା ମାରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
Slap Shot from Shakib 🏏 pic.twitter.com/D2MGqqAhPK
— Zaki Ishtiaque Hussain (@Gunner_811) January 7, 2024
ତାଙ୍କ ନାମ କୌଣସି ବିବାଦରେ ପ୍ରଥମ ଥର ପାଇଁ ଆସିନାହିଁ । ପୂର୍ବରୁ ଏଭଳି କାରନାମା ପୂର୍ବରୁ କ୍ରିକେଟ ମଇଦାନରେ ମଧ୍ୟ ଦେଖିବାକୁ ମିଳିଛି । ଢାକା ପ୍ରିମିୟର ଲିଗରେ ଅମ୍ପାୟାରଙ୍କୁ ଅସଦାଚରଣ ସହ ୱିକେଟ ଫିଙ୍ଗିବା ମାମଲାରେ ତାଙ୍କୁ ବାଂଲାଦେଶ କ୍ରିକେଟ ବୋର୍ଡ ନିଲମ୍ବିତ ମଧ୍ୟ କରିଥିଲା ।