Below header

ଶିକ୍ଷକଙ୍କ ବଦଳି ପ୍ରତିବାଦ: ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା । ସ୍କୁଲ ଗେଟରେ ତାଲା ପକାଇ ରାସ୍ତାରେ ଧାରଣା ଦେଲେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଢେଙ୍କାନାଳ ସଦର ବ୍ଲକ ଗହମଖୁଣ୍ଟି ୟୁପି ସ୍କୁଲରେ ଏଭଳି ସ୍ଥିତି ଦେଖିବାରୁ ମିଳିଛି । ଜଣେ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ବାତିଲ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା ଦେଇଛନ୍ତି ।

ଢେଙ୍କାନାଳ (କେନ୍ୟୁଜ): ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା । ସ୍କୁଲ ଗେଟରେ ତାଲା ପକାଇ ରାସ୍ତାରେ ଧାରଣା ଦେଲେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଢେଙ୍କାନାଳ ସଦର ବ୍ଲକ ଗହମଖୁଣ୍ଟି ୟୁପି ସ୍କୁଲରେ ଏଭଳି ସ୍ଥିତି ଦେଖିବାରୁ ମିଳିଛି । ଜଣେ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି ବାତିଲ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା ଦେଇଛନ୍ତି । ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଠମ ଶ୍ରେଣୀ ଯାଏ ୧୫୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି ।

ଜଣେ ଶିକ୍ଷକଙ୍କ ଅନ୍ୟତ୍ର ବଦଳି ପାଇଁ ସ୍କୁଲ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ପୂର୍ବରୁ ଅବଗତ କରାଯାଇଥିଲା । କିନ୍ତୁ ସାତ ମାସ ପରେ ସେହି ଶିକ୍ଷକଙ୍କ ବଦଳି ନକରି ପରୀକ୍ଷା ସମୟରେ ଅନ୍ୟଜଣେ ଶିକ୍ଷୟତ୍ରୀ ଦିପ୍ତୀମୟୀ ବେଉରାଙ୍କୁ ବଦଳି କରାଯାଇଛି । ଏବେ ବଦଳିକୁ ବାତିଲ ଦାବିରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ସାମନା ରାସ୍ତାରେ ଧାରଣାରେ ଶତାଧିକ ଛାତ୍ରଛାତ୍ରୀ ବସିଥିବାରୁ କପିଳାସକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସଦରଥାନା ପୋଲିସ ଓ ସଦର ଏବିଇଓ ପହଞ୍ଚି ବୁଝାସୁଝା କରିବା ପରେ ଧାରଣାରୁ ଓହରିଥିଲେ ଛାତ୍ରଛାତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.