ପୋଲିସ ଘରେ ଲୁଚିଲା ଚୋର, ଗାଁ ଲୋକେ କହିଲେ ଚୋରକୁ ଆଶ୍ରୟ ଦେଉଛନ୍ତି ହାବିଲ୍‌ଦାର୍‌

ପୋଲିସ୍‌କୁ ଦେଖି ଚୋର ଦୌଡ଼ି ପଳାଇବା କିମ୍ବା ଲୁଚିଯିବା ଏକଥା ସମସ୍ତେ ଜାଣନ୍ତି । କିନ୍ତୁ କେବେ କଣ ଆପଣ ଶୁଣିଛନ୍ତି ପୋଲିସ ଘରେ ଚୋର ଲୁଚିବା କଥା । ହଁ ଆଜ୍ଞା, ପୋଲିସ ଘରୁ ଚୋରକୁ ଉଦ୍ଧାର କରିଛି ପୋଲିସ ।

ବଲାଙ୍ଗୀର: ପୋଲିସ୍‌କୁ ଦେଖି ଚୋର ଦୌଡ଼ି ପଳାଇବା କିମ୍ବା ଲୁଚିଯିବା ଏକଥା ସମସ୍ତେ ଜାଣନ୍ତି । କିନ୍ତୁ କେବେ କଣ ଆପଣ ଶୁଣିଛନ୍ତି ପୋଲିସ ଘରେ ଚୋର ଲୁଚିବା କଥା । ହଁ ଆଜ୍ଞା, ପୋଲିସ ଘରୁ ଚୋରକୁ ଉଦ୍ଧାର କରିଛି ପୋଲିସ । ଏକଥା ଶୁଣି ହୁଏତ ଆପଣଙ୍କୁ ଝଟ୍‌କା ଲାଗ ୁ ଥାଇପାରେ କିନ୍ତୁ ଏଭଳି କିଛି ଘଟିଯାଇଛି ବଲାଙ୍ଗୀର ଅଞ୍ଚଳରେ ଯାହାକୁ ନେଇ ଗାଁ ଲୋକେ ହୋଇଛନ୍ତି ଖପ୍ପା । ପୋଲିସ ନିଜ ଘରେ ଚୋର ଲୁଚାଇବା ଭଳି ଆଣିଛନ୍ତି ସାଂଘାତିକ୍‌ ଅଭିଯୋଗ। ତେବେ ଏଭଳି ଘଟଣା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କାଲସାଏପାଲିରେ ଘଟିଛି ।

ତେବେ ଖୁଜେନ୍‌ ପାଳି ବଲାଙ୍ଗୀର ରାସ୍ତାରେ ଲୁଟ୍‌ ଘଟଣା ନିତିଦିନିଆ ହୋଇଗଲାଣି । ପ୍ରତିଦିନ ଏହି ରାସ୍ତାରେ ଛୋଟ ବଡ଼ ଚୋରି ଘଟଣା ସାମ୍ନାକୁ ଆସୁଛି । ଗତ ଦୁଇ ଦିନ ତଳେ ସୁଧାଂଶୁ ଚନ୍ଦନ ନାମକ ଜଣେ ନାବାଳକ ମୋବାଇଲ ଚୋରି କରିଥିଲା । ଗତକାଲି ସନ୍ଧ୍ୟା ସମୟରେ ସେହି ରାସ୍ତାଦେଇ ଲୁଟେରା ଯାଉଥିବା ବେଳେ ତାଙ୍କୁ ଗାଁ ଲୋକେ ଚିହ୍ନି ପକାଇଥିଲେ । ଏହି ସମୟରେ ଗାଁ ଲୋକଙ୍କ ଆଖିରେ ଚକ୍‌ମା ଦେଇ ୨ ଜଣ ଚୋର ଖସି ପଳାଇଥିଲେ । ଆଉ କାଲ ସାଏପାଲି ଗାଁରେ ଥିବା ଜଣେ ପୋଲିସ ହାବିଲ୍‌ଦାରଙ୍କ ନିର୍ମାଣଧିନ ଘରେ ପଶି ଯାଇଥିଲେ । ଏହି କଥାକୁ ନେଇ ଗାଁ ଲୋକେ ଚୋରକୁ ପୋଲିସ ସୁରକ୍ଷା ଦେଉଥିବା କଥା ଅଭିଯୋଗ କରି ଉତ୍ତେଜନା ପ୍ରକାଶ ପାଇଥିଲା ।ଏବଂ ସ୍ଥାନୀୟ ଲୋକେ ସେହି ଚୋରକୁ ଗୋଡ଼ାଇବା ବେଳେ ତା ସହ ସାଙ୍ଗ ହେଉଥିବା ଅନ୍ୟ ଦୁଇ ଜଣ ଯୁବକକୁ ନିର୍ଧୁମ ମାଡ଼ ମାରିଥିଲେ।ପରେ ଘଟଣାସ୍ଥଳରେ ବଲାଙ୍ଗିର ସଦର ପୋଲିସ ପହଞ୍ଚି ଚୋରକୁ ଉଦ୍ଧାର କରିଥିଲା । ଅଭିଯୁକ୍ତ ଙ୍କୁ ବନ୍ଦ କୋଠରୀ ରୁ ବାହର କରି ଗିରଫ କରିବା ସହିତ ଚୋରି ମୋବାଇଲ ଉଦ୍ଧାର କରିଛି। ଗତ ୩ ଦିନ ଆଗରୁ ଜଣେ ମିସ୍ତ୍ରୀକୁ ବାଟରେ ଅଟକାଇ ମୋବାଇଲ ଲୁଟିଥିଲେ ଏହି ଅଭିଯୁକ୍ତ । ଏପଟେ ଅଭିଯୁକ୍ତ ମାନେ ମୋବାଇଲ ଚୋରି କରିଥିବା ସ୍ଵିକାର କରିଛନ୍ତି । ତେବେ ପୋଲିସ ଏବେ ବି ଘଟଣାର ତଦନ୍ତ କରୁଛି।

ଅନ୍ୟପଟେ ହାବିଲ୍‌ଦାର୍‌ଙ୍କ କହିବା ଅନୁଯାୟୀ, ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଫଳରେ ଚୋର ମାନେ ଘରେ ଲୁଚିଯାଇଥିଲେ। ଲୋକଙ୍କ ଆକ୍ରୋଶରୁ ରକ୍ଷା କରିବା ପାଇଁ ସେ ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ ନେଇଥିଲେ । କବାଟ ବନ୍ଦ କରି ସଦର ପୋଲିସକୁ ଖବର ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.