Below header

ବାଣପୁରକୁ ୩୩କୋଟି, ଫ୍ରେବୃଆରି ଶେଷରେ ଚିଲିକାକୁ ଗଡ଼ିବ ଲକ୍ଷ୍ମୀ ବସ୍ : କାର୍ତ୍ତିକ ପାଣ୍ଡିଆନ

ବାଣପୁରକୁ ୩୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ପାଇଁ ପ୍ରତିଶ୍ରୁତି । ଚିଲିକା ନିର୍ବାଚନୀମଣ୍ଡଳୀରେ ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଗଡିବ । ଆସନ୍ତା ପ୍ରେବୃଆରି ଶେଷ ଆଡକୁ ଏହାର ଶୁଭାରମ୍ଭ ହେବ ବୋଲି କହିଛନ୍ତି 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଖୋର୍ଦ୍ଧା (କେନ୍ୟୁଜ): ବାଣପୁରକୁ ୩୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ପାଇଁ ପ୍ରତିଶ୍ରୁତି । ଚିଲିକା ନିର୍ବାଚନୀମଣ୍ଡଳୀରେ ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଗଡିବ । ଆସନ୍ତା ପ୍ରେବୃଆରି ଶେଷ ଆଡକୁ ଏହାର ଶୁଭାରମ୍ଭ ହେବ ବୋଲି କହିଛନ୍ତି 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଆଜି ବାଣପୁର ଗସ୍ତ କରିଛନ୍ତି 5T ଓ ନବୀନ ଓଡିଶା ଅଧ୍ୟକ୍ଷ । ଦ୍ୱିତୀୟ ଥର ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏହି ସମୟରେ ବାଣପୁରକୁ ୩୩କୋଟିରୁ ଉର୍ଦ୍ଧ ଟଙ୍କା ମଞ୍ଜୁର ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ଭତ୍ତା ଖୁବ୍ ଶୀଘ୍ର ବୃଦ୍ଧି କରାଯିବା ଯୋଜନା ରହିଛି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ ।

ବାଣପୁରରେ ପହଞ୍ଚି ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କୁ ଦର୍ଶନ କରିଥିଲେ । ଦର୍ଶନ ପରେ ମା’ ଭଗବତୀ ଦେବୀଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି ପାଣ୍ଡିଆନ୍ । ଏହାପରେ ଗାଡିରୁ ଓହ୍ଲାଇ ସିଧାସଳଖ ବ୍ୟାରିକେଡ ବାହାରେ ଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କର ଅଭିଯୋଗ ପତ୍ର ଗୁଡ଼ିକୁ ଗ୍ରହଣ କରିଥିଲେ । ସଭା ସମପାନ ପରେ ବାଣପୁରର ମିଶନ ଶକ୍ତି କେଫ୍ ପରିଦର୍ଶନ କରିଥିଲେ । ଏସ୍ ଏଚଜି ସଦସ୍ୟଙ୍କ ସହିତ ଆଲୋଚନା କରିବା ପରେ ସେମାନଙ୍କ ସହିତ ମିଶି ମଧ୍ୟାହ୍ନ ଭୋଜନ କରି ନୟାଗଡ଼ ଜିଲ୍ଲାର ରଣପୁରକୁ ଗସ୍ତ କରିଥିଲେ କାର୍ତ୍ତିକ ପାଣ୍ଡିଆନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.