ନିର୍ମାଣ ଚାଲିଛି ମହାଦେବଙ୍କର ବିଶାଳ ପ୍ରତିମୂର୍ତ୍ତି, ମହା ଶିବରାତ୍ରିରେ ହେବ ସ୍ଥାପନା

ଓଡ଼ିଶାରେ ନିର୍ମାଣ ଚାଲିଛି ମହାଦେବଙ୍କର ସୁଉଚ୍ଚ ପ୍ରତିମୂର୍ତ୍ତି । ଏଥିପାଇଁ ବର୍ତ୍ତମାନ ଚାଲିଛି ଜୋରସୋରରେ କାମ । କାରଣ ଚଳିତ ବର୍ଷ ମହା ଶିବରାତ୍ରି ଦିନ ମହାଦେବଙ୍କର ଏହି ପ୍ରତିମୂର୍ତ୍ତି ସ୍ଥାପନା କରିବାର ଲକ୍ଷ୍ୟ ରଖାଯାଇଛି ।

ଓଡ଼ିଶାରେ ନିର୍ମାଣ ଚାଲିଛି ମହାଦେବଙ୍କର ସୁଉଚ୍ଚ ପ୍ରତିମୂର୍ତ୍ତି । ଏଥିପାଇଁ ବର୍ତ୍ତମାନ ଚାଲିଛି ଜୋରସୋରରେ କାମ । କାରଣ ଚଳିତ ବର୍ଷ ମହା ଶିବରାତ୍ରି ଦିନ ମହାଦେବଙ୍କର ଏହି ପ୍ରତିମୂର୍ତ୍ତି ସ୍ଥାପନା କରିବାର ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାରେ ନିର୍ମିତ ମହାଦେବଙ୍କର ଏହି ସୁଉଚ୍ଚ ପ୍ରତିମୂର୍ତ୍ତି ପାଇଁ ଓଡ଼ିଶାବାସୀ ଖୁବ ଗର୍ବିତ । ତେବେ ମହାଦେବଙ୍କର ଚିତ୍ତାକର୍ଷକ ପ୍ରତିମୂର୍ତ୍ତି ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଶୋଭା ପାଇବ । ଭଗବାନ ଶିବ ଧ୍ୟାନ ମୁଦ୍ରାରେ ଭକ୍ତଙ୍କୁ ଆଶୀର୍ବାଦ କରିବେ ।

ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୩୫ ଫୁଟ ଥିବା ବେଳେ ଏଠାରେ ମହାଦେବଙ୍କୁ ଯୋଗ ମୁଦ୍ରାରେ ବସିଥିବାର ଦେଖିବାକୁ ମିଳିବ । କଟକର କୁମ୍ଭାର ସାହି ଠାରେ ନିର୍ମାଣ ଚାଲିଛି ବାବା ଭୋଳା ଶଙ୍କରଙ୍କର ଏହି ପ୍ରତିମୂର୍ତ୍ତି । ଶିଳ୍ପୀଙ୍କ ତତ୍ତ୍ୱାବଧାନରେ ୧୫ରୁ ଉର୍ଦ୍ଧ୍ବ ମୂର୍ତ୍ତି କାରିଗର ମହାଦେବଙ୍କର ଏହି ପ୍ରତିମୂର୍ତ୍ତି ନିର୍ମାଣ କାଯ୍ୟରେ ନିୟୋଜିତ ଅଛନ୍ତି । ଆଗକୁ ମୂର୍ତ୍ତି କାରିଗରଙ୍କ ସଂଖ୍ୟା ବଡିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟଶିଳ୍ପୀ । ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟୟରେ ୪ ଶହରୁ ଉର୍ଦ୍ଧ୍ବ ବାଉଁଶ ବ୍ୟବହାର କରି ମୂଳପିଣ୍ଡି ଅର୍ଥାତ ଏହାର ଷ୍ଟ୍ରକ୍ଚର ତିଆରି କରିବା ପରେ ମହାଦେବଙ୍କ ପ୍ରତିମୂର୍ତ୍ତି କାଯ୍ୟ ଆରମ୍ଭ କରାଯାଇଥିଲା ।

ପରେ ଏହି ଷ୍ଟ୍ରକ୍ଚର ଉପରେ ମହାଦେବଙ୍କ ପ୍ରତିମୂର୍ତ୍ତିରେ ଛଣ ଓ ମାଟିର ପ୍ରଲେପନ ଦିଆଯାଇଛି । ପର ପର୍ଯ୍ୟୟରେ ପ୍ଳାଷ୍ଟର ଅଫ ପ୍ୟାରିସ ଓ ପରେ ଫାଇବର ଲଗାଯାଇ ଏହି ପ୍ରତିମୂର୍ତ୍ତିକୁ କମ୍ପ୍ଲିଟ କରାଯିବ । ମୂର୍ତ୍ତିର ଆନୁମାନିକ ଖର୍ଚ୍ଚ ପ୍ରାୟ ୬୫ ଲକ୍ଷ ଥିବା ବେଳେ ଏଥିରେ ୧ କୋଟି ଟଙ୍କା ପଖାପାଖି ହେଇପାରେ ବୋଲି ମୁଖ୍ୟଶିଳ୍ପୀ ମତ ରଖିଛନ୍ତି । ଏହି ସୁଉଚ୍ଚ ମୂର୍ତ୍ତି ପାଇଁ ଶିବଭକ୍ତ ମାନେ ଖୁବ ଉତ୍ସାହିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.