କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି, ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଅଧାଦିନ ବନ୍ଦ ରହିବ ସରକାରୀ ଅଫିସ ଏବଂ ଶିକ୍ଷାନୁଷ୍ଠାନ
କେନ୍ଦ୍ର ସରକାର ଜାନୁଆରୀ ୨୨ ତାରିଖରେ ଅଧାଦିନ ଛୁଟି ପାଇଁ ଘୋଷଣା କରିଛନ୍ତି । କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୨୨ ଜାନୁଆରୀକୁ ଅଧାଦିନ ଅର୍ଥାତ ୨.୩୦ ଯାଏ ବନ୍ଦ ରହିବ କେନ୍ଦ୍ର ସରକାରଙ୍କ ଅଫିସ, ସ୍କୁଲ, ଶିକ୍ଷାନୁଷ୍ଠାନ ।
ରାମ ମନ୍ଦିର ଉଦ୍ଘାଟନ ପାଇଁ ଜୋର ସୋରରେ ପ୍ରସ୍ତୁତି ଚାଲିଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର ଜାନୁଆରୀ ୨୨ ତାରିଖରେ ଅଧାଦିନ ଛୁଟି ପାଇଁ ଘୋଷଣା କରିଛନ୍ତି । କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୨୨ ଜାନୁଆରୀକୁ ଅଧାଦିନ ଅର୍ଥାତ ୨.୩୦ ଯାଏ ବନ୍ଦ ରହିବ କେନ୍ଦ୍ର ସରକାରଙ୍କ ଅଫିସ, ସ୍କୁଲ, ଶିକ୍ଷାନୁଷ୍ଠାନ ।
କେନ୍ଦ୍ର ସରକାର କର୍ମଚାରୀଙ୍କୁ ଅଧାଦିନ କାମରୁ ବ୍ରେକ ମିଳିବ । ଲୋକଙ୍କ ଭାବନାକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି ।
Due to the overwhelming sentiment of the employees and requests from them, Central Government announces half day closing till 2:30 pm on 22nd January 2024, at all Central Government offices, Central institutions and Central industrial establishments throughout India on the… pic.twitter.com/9xTPwSx3Ga
— ANI (@ANI) January 18, 2024
ସୂଚନା ମୁତାବକ, ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଭଗବାନ ରାମଲାଲାଙ୍କ ପ୍ରତିମାକୁ ମନ୍ଦିର ଗର୍ଭଗୃହରେ ସ୍ଥାପନା କରାଯାଇଛି । ଗର୍ଭଗୃହରେ ଶୁଭ ମୁହୂର୍ତ୍ତ ୧.୨୦ ରୁ ୧.୨୮ ମିନିଟ ସ୍ଥାପିତ କରାଯାଇଛି । ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ପ୍ରାଣ ପ୍ରତିଷ୍ଠାର ସମୟରେ ୧୨.୨୦ ମିନିଟରୁ ରହିଛି । ପ୍ରାଣ ପ୍ରତିଷ୍ଠା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେବେ । ଏହି କାର୍ଯ୍ୟକ୍ରମରେ ୮ ହଜାରରୁ ଅଧିକ ଅତିଥି ଆସିବେ ।