ଜାତୀୟ କଳା ଉତ୍ସବରେ ଦ୍ଵିତୀୟ ସ୍ଥାନ ଅଧିକାର କଲେ ଆଶୀର୍ବାଦ, ନିଖୁଣ ଭାବେ ଦେଖାଇଲେ କଳାର ଯାଦୁ
ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଆଶୀର୍ବାଦ ମହାନ୍ତି ଦିଲ୍ଲୀରେ ହୋଇଥିବା ଜାତୀୟ କଳା ଉତ୍ସବର ସଂଗୀତ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରି କୁଚିଣ୍ଡା ଅଞ୍ଚଳକୁ ଗୌରବାନ୍ବିତ କରିଛନ୍ତି ।
ସମ୍ବଲପୁର (କେନ୍ୟୁଜ):– ଓଡ଼ିଶାରେ ଅନେକ ପ୍ରତିଭାବାନ ଛାତ୍ର ଅଛନ୍ତି । ସେମାନଙ୍କ କଳା ପ୍ରତିଭା ପାଇଁ ସେମାନେ କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ମଧ୍ୟ ଉଚ୍ଚ ପ୍ରଶଂସା ସାଉଣ୍ଟିଥାନ୍ତି । ନିକଟରେ ଆଶୀର୍ବାଦ ମହାନ୍ତି ମଧ୍ୟ ନିଜ ସଙ୍ଗୀତର ସଙ୍ଗୀତର ଯାଦୁରେ ସମସ୍ତଙ୍କୁ କରିଛନ୍ତି ଆକର୍ଷିତ । ତାଙ୍କର ସୁମଧୁର ସଙ୍ଗୀତ ଶୁଣିଲେ ଆନନ୍ଦ ମିଳେ । ଭଗବାନ ସମସ୍ତଙ୍କୁ କିଛି ନା କିଛି କଳା ଦେଇଥାନ୍ତି । ସମାନ ଭାବେ ଆଶୀର୍ବାଦଙ୍କୁ ସଙ୍ଗୀତର କଳା ମିଳିଛି । ଯାହାକୁ ସେ ନିଖୁଣ ଭାବେ କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ମଧ୍ୟ ପ୍ରକାଶ କରିଛନ୍ତି ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଆଶୀର୍ବାଦ ମହାନ୍ତି ଦିଲ୍ଲୀରେ ହୋଇଥିବା ଜାତୀୟ କଳା ଉତ୍ସବର ସଂଗୀତ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରି କୁଚିଣ୍ଡା ଅଞ୍ଚଳକୁ ଗୌରବାନ୍ବିତ କରିଛନ୍ତି । ସେ ବରଗଡ଼ କ୍ରିଷ୍ଣା ବିକାଶ ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ସଙ୍ଗୀତ ସାଧନାରେ ନିଜକୁ ସାମିଲ କରି ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । କୁଚିଣ୍ଡାର ପୂର୍ଣେନ୍ଦୁ ମହାନ୍ତି (ବାବୁନି) ଓ ଅଧ୍ୟାପିକା ସଞ୍ଜୁଶ୍ରୀ ମହାନ୍ତିଙ୍କ ସୁପୁତ୍ର ହେଉଛନ୍ତି ଆଶୀର୍ବାଦ । ଏଭଳି ସଫଳତା ପାଇଁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁୁଛି ।
ଦୃଢ଼ ଇଚ୍ଛା ଶକ୍ତିଥିଲେ ସଫଳତା ଆସେ । ଏଭଳି କଥାକୁ ସତ ପ୍ରମାଣିତ କରିଛନ୍ତି ଆଶୀର୍ବାଦ । ପିଲା ବେଳୁ ସଙ୍ଗୀତ ପ୍ରତି ଥିବା ତାଙ୍କର ଆଗ୍ରହ ତାଙ୍କୁ ଆଣିଦେଇଛି ଏଭଳି ସଫଳତା । ତାଙ୍କ ସଫଳତା ପାଇଁ ବିଭିନ୍ନ ମହଲରେ ତାଙ୍କର ପ୍ରଶଂସା କରାଯାଉଛି । ବାପା ମା’ ପୁଅର ସଫଳତାରେ ବେଶ ଖୁସି ଅଛନ୍ତି ।