ରାହୁଲ ଗାନ୍ଧିଙ୍କ ଉପରେ ଜରିମାନା ଲଗାଇଲେ ଥାନେ କୋର୍ଟ, ଜାଣନ୍ତୁ କାହିଁକି

ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ଜରିମାନା ଲଗାଯାଇଛି । ଓକିଲ ନାରାୟଣ ଅୟର ବିଳମ୍ବ ପାଇଁ କ୍ଷମାପ୍ରାର୍ଥନା କରିବା ସତ୍ତ୍ୱେ ରାହୁଲ ଗାନ୍ଧିଙ୍କ ଉପରେ କୋର୍ଟ ୫୦୦ ଟଙ୍କାର ଜରିମାନା ଲଗାଇଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୫ରେ ହେବ ।

ମହାରାଷ୍ଟ୍ରର ଥାନେର ଏକ ଅଦାଲତ ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ଜରିମାନା ଲଗାଯାଇଛି । ସାମ୍ବାଦିକ ଗୌରି ଲଙ୍କେଶ ହତ୍ୟା ମାମଲାରେ RSSର ନାଁ ସାମିଲ କରାଯିବା ନେଇ ଉକ୍ତ ସଂଗଠନର ଜଣେ କର୍ମକର୍ତ୍ତା ରାହୁଲ ଗାନ୍ଧିଙ୍କ ନାଁରେ ଏକ ଲିଖିତ ମାନହାନୀ ଅଭିଯୋଗ ଦାୟର କରିଥିଲେ ।

ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ତରଫରୁ ଏକ ଲିଖିତ ବୟାନ ଦାଖିଲ କରିବା ପାଇଁ ୮୮୧ ଦିନ ସମୟ ଲାଗିଥିଲା । ଯେଉଁଥିପାଇଁ ତାଙ୍କ ଓକିଲ ନାରାୟଣ ଅୟର ବିଳମ୍ବ ପାଇଁ କ୍ଷମାପ୍ରାର୍ଥନା କରିବା ସତ୍ତ୍ୱେ ରାହୁଲ ଗାନ୍ଧିଙ୍କ ଉପରେ କୋର୍ଟ ୫୦୦ ଟଙ୍କାର ଜରିମାନା ଲଗାଇଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୫ରେ ହେବ ।

ସୂଚନାଯୋଗ୍ୟ, ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପୁନଃ କାର୍ଯ୍ୟକ୍ରମ ହେବାକୁ ଚ୍ୟାଲେଞ୍ଜ କରି ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏହାସହିତ ସୁପ୍ରିମକୋର୍ଟ ଅଶୋକ ପଣ୍ଡାଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି । ସୁପ୍ରିମକୋର୍ଟ ତରଫରୁ ଯାଚିକାକୁ ଆଇନଗତ ଦୁରୁପଯୋଗ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.