ଖୁବଶୀଘ୍ର ଡେଷ୍ଟିନେସନ ୱେଡିଂ କରିବେ ରକୁଲ ଏବଂ ଜ୍ୟାକି, ଗୋଆରେ ଫେବୃଆରୀ ୨୧ରେ ହୋଇପାରେ ବିବାହ !

ରକୁଲ ଏବଂ ଜ୍ୟାକି ଫେବୃଆରୀ ୨୧ରେ ଗୋଆରେ ନିଜର କିଛି ଅନ୍ତରଙ୍ଗ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିବେ । ତେଣୁ ଉଭୟ ୧୯ ଓ ୨୦ରେ ପ୍ରି ୱେଡିଂ ଫଙ୍କସନ କରିବେ । ରକୁଲ ଏବଂ ଜ୍ୟାକିଙ୍କ କିଛି ଘନିଷ୍ଠ ବନ୍ଧୁଙ୍କ ଠାରୁ ଖବର ମିଳିଛି ।

ବଲିଉଡରେ ବହୁ ଚର୍ଚ୍ଚିତ ଯୋଡି ରକୁଲପ୍ରୀତ ସିଂ ଏବଂ ଜ୍ୟାକି ଭଗନନୀ ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଲଭବାର୍ଡସ ଗୋଆରେ ଡେଷ୍ଟିନେସନ ୱେଡିଂ କରିବେ । ଫେବୃଆରୀ ୨୧ରେ ଦୁହେଁ କିଛି ଅନ୍ତରଙ୍ଗ ବନ୍ଧୁ ଏବଂ ପରିବାରଙ୍କ ଉପସ୍ଥିତିରେ ବିବାହ କରିବେ ବୋଲି ଚର୍ଚ୍ଚା ଚାଲିଛି । ରକୁଲ ଏବଂ ଜ୍ୟାକିଙ୍କ କିଛି ଘନିଷ୍ଠ ବନ୍ଧୁଙ୍କ ଠାରୁ ଖବର ମିଳିଛି ।

ସୂଚନା ଅନୁଯାୟୀ, ରକୁଲ ଏବଂ ଜ୍ୟାକି ଫେବୃଆରୀ ୨୧ରେ ଗୋଆରେ ନିଜର କିଛି ଅନ୍ତରଙ୍ଗ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିବେ । ତେଣୁ ଉଭୟ ୧୯ ଓ ୨୦ରେ ପ୍ରି ୱେଡିଂ ଫଙ୍କସନ କରିବେ । ରକୁଲ ଏବଂ ଜ୍ୟାକିଙ୍କ କିଛି ଘନିଷ୍ଠ ବନ୍ଧୁଙ୍କ ଠାରୁ ଖବର ମିଳିଛି ।

 

View this post on Instagram

 

A post shared by JACKKY BHAGNANI (@jackkybhagnani)

ଉଭୟ ବିବାହ ତାରିଖକୁ ସିକ୍ରେଟ ରଖିଛନ୍ତି । ଡିଜାଇନର ଠାରୁ ଆରମ୍ଭ କରି ଫଟୋଗ୍ରାଫର ପର୍ଯ୍ୟନ୍ତ କାହା ବିଷୟରେ କିଛି ସୂଚନା ଦେଇନାହାନ୍ତି । ବିବାହ ଗୋଆରେ ହେବ ତେଣୁ ତାରିଖ କେବଳ ସିକ୍ରେଟରେ ଜଣାପଡିଛି ।
ତେବେ ଚର୍ଚ୍ଚା ମୁତାବକ, ରକୁଲ ବିବାହ ପାଇଁ ଲୋକପ୍ରିୟ ଫ୍ୟାଶନ ଡିଜାଇନର ତରୁଣ ତାହିଲିୟାନୀଙ୍କ ଦ୍ୱାରା ଡିଜାଇନ ଡ୍ରେସ ପିନ୍ଧିବେ । କିନ୍ତୁ ସେଲିବ୍ରିଟି ଦୁହେଁ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାନ୍ତି ।

ସୂଚନାଯୋଗ୍ୟ, ରକୁଲ ଏବଂ ଜ୍ୟାକି ପରସ୍ପରକୁ ୨୦୨୧ରୁ ଡେଟ୍‌ କରୁଛନ୍ତି । କିଛି ମାସ ପୂର୍ବରୁ ରକୁଲ ପ୍ରେମିକ ଜ୍ୟାକିଙ୍କ ଜନ୍ମଦିନରେ ହୃଦୟସ୍ପର୍ଶୀ ନୋଟ୍‌ ଲେଖିଥିଲେ । ଦୁହେଁ ପରସ୍ପରକୁ ଲକଡାଉନ ସମୟରେ ଜଣେ କମନ ଫ୍ରେଣ୍ଡ ଜରିଆରେ ଦେଖା ହୋଇଥିଲେ । ଏହାପରେ ଭଲ ବନ୍ଧୁ ହୋଇଥିଲେ ଆଉ ପରସ୍ପର ସହିତ ବହୁତ ସମୟ ଅତିବାହିତ କରିବା ପରେ ପରସ୍ପରକୁ ଡେଟ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.