Below header

କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ଚଢ଼ାଉ, ୨ କୋଟି ନଗଦ, କେଜିଏ ସୁନା ଜବତ

କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ଚଢ଼ାଉ ଜାରି। ଆୟକର ଫାଙ୍କି ଅଭିଯୋଗରେ ଆଜି ତୃତୀୟ ଦିନରେ ଓଡ଼ିଶା, ଛତିଶଗଡ ଓ ମଧ୍ୟ ପ୍ରଦେଶର ଅନେକ ସ୍ଥାନରେ ହେଉଛି ଚଢ଼ାଉ। ଓଡିଶାରେ ଉରକେଲାର ୭ଟି, ସୁନ୍ଦରଗଡ଼ରେ ଦୁଇଟି ଓ ରାଜଗାଙ୍ଗପୁରରେ ଚଢ଼ାଉ ଚାଲିଛି।

ଭୁବନେଶ୍ୱର (କେନ୍ୟୁଜ): କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ଚଢ଼ାଉ ଜାରି। ଆୟକର ଫାଙ୍କି ଅଭିଯୋଗରେ ଆଜି ତୃତୀୟ ଦିନରେ ଓଡ଼ିଶା, ଛତିଶଗଡ ଓ ମଧ୍ୟ ପ୍ରଦେଶର ଅନେକ ସ୍ଥାନରେ ହେଉଛି ଚଢ଼ାଉ। ଓଡିଶାରେ ଉରକେଲାର ୭ଟି, ସୁନ୍ଦରଗଡ଼ରେ ଦୁଇଟି ଓ ରାଜଗାଙ୍ଗପୁରରେ ଚଢ଼ାଉ ଚାଲିଛି। ସେହିଭଳି ରାୟଗଡ଼, ରାୟପୁର, ବିଲାସପୁରରେ ମଧ୍ୟ ଚାଲିଛି ଚଢ଼ାଉ। ଶହେରୁ ଅଧିକ ଆୟକର ଅଧିକାରୀ କରୁଛନ୍ତି ରେଡ। ଚଢ଼ାଉରେ ୨କୋଟିରୁ ଅଧିକ ନଗଦ ଟଙ୍କା ଓ ସୁନା ମିଳିଥିବା ସୂଚନା ମିଳିଛି । ଡାଲମିଆଙ୍କ କୋଇଲା, ହୋଟେଲ, ସ୍ପଞ୍ଜ ଆଇରନ କାରଖାନା ଆଦି ବ୍ୟବସାୟ ରହିଛି।

ସେହିପରି ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇଲା ପରିବହନ ସାଇଟ୍, ଛତିଶଗଡ଼ ରାଏଗଡ଼ରେ ଥିବା ଆଇରନ, ଷ୍ଟିଲ ଓ ପାୱାର ପ୍ଲାଂଟ ଫ୍ୟାକ୍ଟ୍ରି ଓ ଘର, ରାୟପୁରରେ ଥିବା ଘର, ଅଫିସ ଏବଂ ବିଳାସପୁରରେ ଥିବା ହୋଟେଲରେ ମଧ୍ୟ ଚଢ଼ାଉ ହୋଇଛି । ତେବେ ଚଢ଼ାଉ ବେଳେ କିଛି କର୍ମଚାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.