ପୁଣି ଚର୍ଚ୍ଚାରେ ବିଜୟ ଓ ରଶ୍ମିକା, ବିବାହର ଗୁଜବକୁ ନେଇ ମୁହଁ ଖୋଲିଲେ ଅଭିନେତା

ରଶ୍ମିକା ଏବଂ ବିଜୟ ସେମାନଙ୍କ ରିଲେସନ୍‌ସିପ୍‌କୁ ନେଇ ଚୁପ୍‌ ଅଛନ୍ତି । କିନ୍ତୁ ଅନେକ ଥର ଦୁଇଜଣଙ୍କୁ ଏକା ସହିତ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳିଛି । ଏହା ସହ ଗତ କିଛି ଦିନ ହେବ ଖବର ଆସୁଛି ଯେ ଏହି ଯୋଡି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।

ଗତ କିଛି ଦିନ ହେବ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିଷୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି, ଯେ ଦୁଇଜଣ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବର୍ତ୍ତମାନ ଅଭିନେତା ତାଙ୍କ ଗର୍ଲଫ୍ରେଣ୍ଡ ରଶ୍ମିକାଙ୍କ ସହ ଜଡିତ କଥା ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ନିଶ୍ଚିତ ହେଉଛନ୍ତି, ଯେ ଦୁଇ ଜଣ ଖୁବ୍‌ ଶୀଘ୍ର ବିବାହ କରିପାରନ୍ତି ।

ତେବେ ରଶ୍ମିକା ଏବଂ ବିଜୟ ସେମାନଙ୍କ ରିଲେସନ୍‌ସିପ୍‌କୁ ନେଇ ଚୁପ୍‌ ଅଛନ୍ତି । କିନ୍ତୁ ଅନେକ ଥର ଦୁଇଜଣଙ୍କୁ ଏକା ସହିତ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳିଛି । ଏହା ସହ ଗତ କିଛି ଦିନ ହେବ ଖବର ଆସୁଛି ଯେ ଏହି ଯୋଡି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ବର୍ତ୍ତମାନ ବିଜୟ ଦେବରକୋଣ୍ଡା ଏହି ଖବର ଉପରେ ନୀରବତା ଭାଙ୍ଗିଛନ୍ତି । ତେବେ ବିଜୟ ଏହି କଥାକୁ ନେଇ କହିଛନ୍ତି ଯେ ସେ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଏହା ସହ ଆହୁରି ମଧ୍ୟ କହିଛନ୍ତି ଯେ ଲୋକମାନେ ମୋର ବହୁତ ଶୀଘ୍ର ବିବାହ କରେଇବା ପାଇଁ ଚାହୁଁଛନ୍ତି, ହେଲେ ମୁଁ ଏବେ ବିବାହ କରିନାହିଁ । ତେବେ ମୋ ବିବାହ ପାଇଁ ବହୁତ ସମୟ ଅଛି ।

ସୂଚନା ମୁତାବକ, କିଛି ଦିନ ପୂର୍ବରୁ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମାଲଦ୍ୱୀପରେ ଛୁଟି ଉପଭୋଗ କରୁଥିବାର ନଜର ଆସିଥିଲେ । ଏହା ସହ ଦୁଇଜଣ ସୋସିଆଲ ମିଡିଆରେ ସେଠିକାର ଅଲଗା ଅଲଗା କିଛି ଫଟୋ ସେୟାର କରିଥିଲେ, କିନ୍ତୁ ପ୍ରଶଂସକମାନେ ସେମାନଙ୍କ ସେହି ଫଟୋ ଯୋଗୁ ସେମାନେ ଏକା ସହିତ ଅଛନ୍ତି ବୋଲି ଅନୁମାନ କରୁଛନ୍ତି, ସେ ଦୁଇ ଜଣ ଏକା ସହିତ ମାଲଦ୍ୱୀପ ଯାଇଛନ୍ତି ।

ବିଜୟ ଦେବରକୋଣ୍ଡାଙ୍କ କାମ ବିଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ଫିଲ୍ମ ‘ଫ୍ୟାମିଲି ଷ୍ଟାର’ରେ ନଜର ଆସିବେ । ଏହା ସହ ବିଜୟ ଶେଷଥର ପାଇଁ ସାମନ୍ଥା ରୁଥ୍‌ଙ୍କ ସହ ‘ଖୁସି’ ଫିଲ୍ମରେ ନଜର ଆସିଥିଲେ । ଯଦି ରଶ୍ମିକାଙ୍କ କମା ବିଷୟରେ କଥା ହେବା, ତାହେଲେ ସେ ଶେଷ ଥର ପାଇଁ ଫିଲ୍ମ ‘ଆନିମଲ’ରେ ନଜର ଆସିଥିଲେ । ତେବେ ବର୍ତ୍ତମାନ ‘ପୁଷ୍ପା ୨’ ପାଇଁ ପ୍ରସ୍ତୁତ ହେଉଛନ୍ତି । ଆଜିକାଲି ସେ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୧୫ ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି । ତେବେ ଫ୍ୟାନ୍ସ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.