Below header

ଯାଜପୁର ଧର୍ମଶାଳାରେ ନିର୍ମିତ ହୋଇଛି ଅତ୍ୟାଧୁନିକ ପାଠାଗାର, ଜାଣନ୍ତୁ କ’ଣ ରହିଛି ସୁବିଧା

ଗ୍ରାମାଞ୍ଚଳରେ ପାଠାଗାର । ତାହା ପୁଣି ଅତ୍ୟାଧୁନିକ । ଗୋଟିଏ ଛାତ ତଳେ ସମସ୍ତ ସୁବିଧା ଉପଲବ୍ଧ । ପାଠାଗାରରେ ବହି ସାଙ୍ଗକୁ ଇ-ଲାଇବ୍ରେରୀର ବ୍ୟବସ୍ଥା ମଧ୍ୟ ରହିଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏକ ପାଠାଗାର ନିର୍ମାଣ ପାଇଁ ବୁଦ୍ଧିଜୀବୀ ମହଲରେ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଥିଲା । ତେବେ ବର୍ତ୍ତମାନ ଏହି ସ୍ୱପ୍ନ ସାକାର ହୋଇଛି ।

ଗ୍ରାମାଞ୍ଚଳମାନଙ୍କରେ ସମସ୍ତ ସୁବିଧା ଉପଲବ୍ଧ କରିବା ପାଇଁ ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ଏବେ ପାଠାଗାର ସାଜିଛି ଏକ ଅଞ୍ଚଳର ପରିଚୟ । ଏହି ଲକ୍ଷ ନେଇ ଗ୍ରାମାଞ୍ଚଳରେ ପ୍ରତିଷ୍ଠା ହୋଇଛି ଆତ୍ୟଧୁନିକ ପାଠାଗାର । ଯାଜପୁର ଜିଲ୍ଲା ଧର୍ମଶାଳା ଭଳି ସଂସ୍କୃତି ସମ୍ପନ୍ନ ଅଞ୍ଚଳରେ ଏକ ପାଠାଗାର ପ୍ରତିଷ୍ଠା ନେଇ ଦାବି ହୋଇ ଆସୁଥିଲା । ଏବେ ସେହି ସ୍ୱପ୍ନ ପୂରଣ ହୋଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ବେଶ ଖୁସି ପ୍ରକଟ କରିଛନ୍ତି । ଗ୍ରାମାଞ୍ଚଳରେ ପାଠାଗାର । ତାହା ପୁଣି ଅତ୍ୟାଧୁନିକ ।

ଗୋଟିଏ ଛାତ ତଳେ ସମସ୍ତ ସୁବିଧା ଉପଲବ୍ଧ । ପାଠାଗାରରେ ବହି ସାଙ୍ଗକୁ ଇ-ଲାଇବ୍ରେରୀର ବ୍ୟବସ୍ଥା ମଧ୍ୟ ରହିଛି । କନଫରେନ୍ସ ହଲରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡିଜିଟାଲ ବୋର୍ଡର ସୁବିଧା ରହିଛି । ପୁଣି ଷ୍ଟଡି ରୁମ ସହ ଇନଡୋର ଗେମ ଖେଳିବା ଉପକରଣ । ଏମିତି କେତେ କ’ଣ । ଏ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜାରକା ହାଇସ୍କୁଲ ପରିସରରେ ନବନିର୍ମିତ ପାଠାଗାରର । ଧର୍ମଶାଳା ବିଧାୟକ ଏହି ପାଠାଗାରର ଶୁଭ ଉଦଘାଟନ କରିଛନ୍ତି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏକ ପାଠାଗାର ନିର୍ମାଣ ପାଇଁ ବୁଦ୍ଧିଜୀବୀ ମହଲରେ ଦୀର୍ଘ ବର୍ଷ ହେବ ଦାବି ହୋଇଆସୁଥିଲା ।

ତେବେ ବର୍ତ୍ତମାନ ଏହି ସ୍ୱପ୍ନ ସାକାର ହୋଇଛି । ଯାହାକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ପାଠପଢା ସହ ଅନ୍ୟାନ୍ୟ ବିଷୟରେ ଜ୍ଞାନ ଅର୍ଜନ କରିବା ଲକ୍ଷ୍ୟରେ ଏହି ପାଠାଗାର ନିର୍ମାଣ ହୋଇଛି । ବିଶେଷ କରି ଗରିବ ମେଧାବୀ ଛାତ୍ରଛାତ୍ରୀମାନେ ଏଠାରେ ପାଠପଢ଼ି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହୋଇପାରିବେ । ଏଥିସହ ଧର୍ମଶାଳା ଅଞ୍ଚଳ ସାହିତ୍ୟ କ୍ଷେତ୍ରରେ ସୁନାମ ଆଣିଥିବା ବେଳେ ଏଠାରେ କବି, ସାହିତ୍ୟିକ, ଲେଖକ ଓ ବୁଦ୍ଧିଜୀବୀ ମାନେ ବିଭିନ୍ନ ପୁସ୍ତକ ଓ ପତ୍ରପତ୍ରିକା ପଢ଼ିବାର ସୁଯୋଗ ପାଇପାରିବେ ।

ମୋ ସ୍କୁଲ ଯୋଜନା, ସାଂସଦ ଓ ବିଧାୟକଙ୍କ ପାଣ୍ଠି, ପଞ୍ଚାୟତ ସମିତି ପକ୍ଷରୁ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ତିନି ମହଲା ବିଶିଷ୍ଟ ଏହି ପାଠାଗାର ନିର୍ମାଣ ହୋଇଛି । ତଳ ପ୍ରକୋଷ୍ଠରେ ସଭା କକ୍ଷ ରହିଥିବା ବେଳେ ମଧ୍ୟମ ଭାଗରେ ପାଠାଗାର ସହିତ ପଢ଼ିବା ପାଇଁ ବ୍ୟବସ୍ଥା ରହିଛି । ଉପରେ ଭାଗରେ ଇନଡୋର ଗେମ ସହ ଆନ୍ୟନ୍ୟ ଆନୁସଙ୍ଗିକ ସୁବିଧା ରହିଛି । ଏହି ପାଠାଗାର ପ୍ରତିଷ୍ଠା ହେବା ଦ୍ୱାରା ପ୍ରଗତିର ପ୍ରୟୋଗଶାଳା କୁହାଯାଉଥିବା ଧର୍ମଶାଳା ବିକାଶର ଫର୍ଦରେ ଆଉ ଏକ ଆଧ୍ୟାୟ ଯୋଡି ହେଲା ବୋଲି ମତ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.