ମୁଁ ନିଶ୍ଚିତ ଅଯୋଧ୍ୟା ଯିବି, ଯାହାର ଯାହା କରିବାର ଅଛି କରନ୍ତୁ :ହରଭଜନ ସିଂ

ହରଭଜନ ସିଂ କହିଛନ୍ତି, ପାର୍ଟି ତରଫରୁ କିଏ ଯାଉ କି ନ ଯାଉ ମୁଁ ନିଶ୍ଚିତ ଭାବେ ଯିବି । ଏହା ଆମ ପାଇଁ ସୌଭାଗ୍ୟର କଥା । ଆମ ସମୟ ମନ୍ଦିର ତିଆରି ହୋଇଛି ଆଉ ଆମେ ସମସ୍ତେ ଯାଇ ଆଶୀର୍ବାଦ ନେବା ଜରୁରୀ ।

ଜାନୁଆରୀ ୨୨ ରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତେ ଉତ୍ସାହିତ ରହିଛନ୍ତି । ଏହା ମଧ୍ୟରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ତଥା ପୂର୍ବତନ କ୍ରିକେଟର ହରଭଜନ ସିଂ ପ୍ରାଣ ପ୍ରତିଷ୍ଠା ସମାରୋହରେ ନିଶ୍ଚିତ ଯୋଗେ ଦେବେ ବୋଲି କହିଛନ୍ତି । ସେ କହିଛନ୍ତି, ପାର୍ଟି ତରଫରୁ କିଏ ଯାଉ କି ନ ଯାଉ ମୁଁ ନିଶ୍ଚିତ ଭାବେ ଯିବି । ଏହା ଆମ ପାଇଁ ସୌଭାଗ୍ୟର କଥା । ଆମ ସମୟ ମନ୍ଦିର ତିଆରି ହୋଇଛି ଆଉ ଆମେ ସମସ୍ତେ ଯାଇ ଆଶୀର୍ବାଦ ନେବା ଜରୁରୀ ।

ସେ ଆହୁରି କହିଥିଲେ, ଯଦି କାହାକୁ ମୋର ରାମ ମନ୍ଦିରକୁ ଯିବାରେ କୌଣସି ଅସୁବିଧା ଅଛି, ତେବେ ସେମାନଙ୍କର ଯାହା କରିବାର ଅଛି କରନ୍ତୁ । ମୁଁ ନିଶ୍ଚିତ ଭାବେ ଯିବି ।’ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଆୟୋଜିତ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ହରଭଜନ ସିଂ ।

ହରଭଜନ କହିଛନ୍ତି, ଜାନୁୟାରୀ ୨୨ ରେ ମୁଁ ଚାହୁଁଛି କି, ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଧିକ ଲୋକ ଯୋଡି ହୁଅନ୍ତ । ଟିଭି ମାଧ୍ୟମରେ ହେଉ କିମ୍ବା ସେଠାକୁ ଯାଇ ଲୋକମାନେ ରାମଲାଲାର ଆଶୀର୍ବାଦ ନେବା ଉଚିତ କାରଣ ଏହା ଏକ ଐତିହାସିକ ଦିନ । ଭଗବାନ ରାମ ସମସ୍ତଙ୍କର ଏବଂ ତାଙ୍କ ଜନ୍ମସ୍ଥାନରେ ଏକ ମନ୍ଦିର ନିର୍ମାଣ କରାଯାଉଛି । ଏହା ଏକ ବଡ କଥା । ମୁଁ ନିଶ୍ଚିତ ଭାବେ ଅଯୋଧ୍ୟାକୁ ଯିବି । ମୁଁ ଜଣେ ଅତି ଧାର୍ମିକ ବ୍ୟକ୍ତି । ମୁଁ ପ୍ରତ୍ୟେକ ମନ୍ଦିର, ମସଜିଦ ଏବଂ ଗୁରୁଦ୍ୱାରରେ ପ୍ରାର୍ଥନା କରେ ।’

ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମଧ୍ୟ ପ୍ରାଣ ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ପଠାଯାଇଥିଲା । କିନ୍ତୁ କେଜ୍ରିଓ୍ଵାଲ ୨୨ ଜାନୁଆରୀ ନୁହେଁ ପରେ ସଂପୂର୍ଣ୍ଣ ପରିବାର ସହିତ ଅଯୋଧ୍ୟା ଯିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.