ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଲୁଣ, ଜାଣନ୍ତୁ WHOର ସୂଚନା

ଆପଣମାନେ ତ ଜାଣିଥିବେ ଯେ ଆମେ ବିନା ଲୁଣରେ ଖାଦ୍ୟ ଅସମ୍ଭବ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହି କାରଣରୁ ପ୍ରତିବର୍ଷ ପ୍ରାୟ ୨ କୋଟି ଲୋକଙ୍କ ମୃତ୍ୟୁ ହେଉଛି । ତେବେ WHO ମଧ୍ୟ ଏ ବିଷୟରେ ଚେତାବନୀ ଦେଇଛି । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ଲୁଣ ଆମ ପାଇଁ କେତେ ବିପଜ୍ଜନକ ଏବଂ ଏହାକୁ କିପରି ଭାବେ ଖାଦ୍ୟରେ କମ ବ୍ୟବହାର କରିବେ ।

ଆପଣମାନେ ଜାଣିଥିବେ ଯେ ଖାଦ୍ୟରୁ ଲୁଣ ଅଲଗା କରି ଖାଇବା ଅସମ୍ଭବ ହୋଇଥାଏ । ତେବେ ଲୁଣ ଏକ ଏପରି ଜିନିଷ ଯାହା ସମସ୍ତ ପ୍ରକାରର ଖାଦ୍ୟରେ ଆବଶ୍ୟକ ହୋଇଥାଏ । ତେବେ WHO ମଧ୍ୟ ଏ ବିଷୟରେ ଚେତାବନୀ ଦେଇଛି, ଯେ ଅଧିକ ଲୁଣ ଖାଇବା ଦ୍ୱାରା ବିଶ୍ୱରେ ଅନେକ ଲୋଙ୍କର ମୃତ୍ୟୁ ହେଉଛି । ତେବେ WHO ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୧.୮୯ ନିୟୁତ ଲୋକ ମୃତ୍ୟୁ ବରଣ କରୁଛନ୍ତି । WHO ସୂଚନା ଅନୁଯାୟୀ, ଅଧିକ ଲୁଣ ଖାଇବା ଅଭ୍ୟାସ ଯୋଗୁ ହାଇ ବ୍ଲଡ୍‌ ପ୍ରେସର ସମସ୍ୟା ହୋଇପାରେ ଏବଂ ଆମେ ଧୀରେ ଧୀରେ ହାର୍ଟ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସାମ୍ନା କରିପାରୁ ।

ଲୋକମାନେ ଅନେକ ଉପାୟରେ ଦିନସାରା ଅତ୍ୟଧିକ ଲୁଣ ଖାଇବା ଆରମ୍ଭ କରିଛନ୍ତି । କିଛି ଲୋକ ସେମାନଙ୍କ ଖାଦ୍ୟରେ ଲୁଣ ମିଶାନ୍ତି ଏବଂ ଏହି ଅଭ୍ୟାସ ସେମାନଙ୍କ ପାଇଁ ବିଷ ଭଳି କାମ କରେ । ସେଥିପାଇଁ ଆମେ ଆଜି ଏହି ବିଷୟରେ ଆପଣଙ୍କୁ ଜଣାଇବୁ ଯେ ଲୁଣ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇଥାଏ ।

ଜାଣନ୍ତୁ ଏହାକୁ ନେଇ ବିଶେଷଜ୍ଞମାନେ କ’ଣ କହୁଛନ୍ତି ?
କିଛି ବିଶେଷଜ୍ଞଙ୍କ କହିବା ମୁତାବକ, ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ସୋଡିୟମର ମାତ୍ରା ବଢିଯାଏ, ଏବଂ ଆମ ବ୍ଲଡ ପ୍ରେସରର ସ୍ତର ପ୍ରଭାବିତ ହୋଇଥାଏ । ଯଦି ଆମେ ଏବେ ଠାରୁ ଏହାକୁ ନେଇ ସତର୍କ ନହେବା ତାହେଲେ ଆଗକୁ ଯାଇ ଆମକୁ ହାର୍ଟ ଏବଂ ଅନ୍ୟ କିଛି ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିପାରେ ।

WHO ଏହା ମଧ୍ୟ କହିଛି ଯେ ଆମେ ଦିନରେ ମାତ୍ର ୫ ଗ୍ରାମ ଲୁଣ ଖାଇବା ଉଚିତ୍ । ଏହା ପରେ ମଧ୍ୟ ଲୋକମାନେ ଅତ୍ୟଧିକ ଲୁଣ ଖାଉଛନ୍ତି । କିଛି ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଖରାପ ଅଭ୍ୟାସ ହେତୁ ଶରୀରରେ ସୋଡିୟମ୍ ମାତ୍ରା ବଢିଯାଏ, ଯାହା ଦ୍ୱାରା ବିପି ଅଧିକ ବଢିବାରେ ଲାଗିଥାଏ । ଏହା ବ୍ୟତୀତ ଧୀରେ ଧୀରେ ଆମ ମସ୍ତିଷ୍କ ମଧ୍ୟ ପ୍ରଭାବିତ ହୋଇଥାଏ । ସୂଚନା ଅନୁସାରେ, ଲୋକମାନେ କେବଳ ଖାଦ୍ୟରେ ଲୁଣ ଖାଉ ନାହାନ୍ତି ବରଂ ଫାଷ୍ଟଫୁଡ, ଚିପ୍ସ କିମ୍ବା ଅନ୍ୟାନ୍ୟ ଜିନିଷରେ ମଧ୍ୟ ଖାଉଛନ୍ତି । ଏହିପରି ଭାବେ ଆମ ଶରୀରରେ ଲୁଣର ମାତ୍ରା ବଢିବା ପାଇଁ ଲାଗିଛି ।

ଜାଣନ୍ତୁ କିପରି ଭାବେ ଖାଦ୍ୟରେ ଲୁଣ କମ ବ୍ୟବହାର କରିବେ :
ବିଶେଷଜ୍ଞମାନେ କୁହନ୍ତି ଯେ ଆମେ ସବୁବେଳେ ସତେଜ ଖାଦ୍ୟ ଖାଇବା ଉଚିତ୍ । ଏହା କରିବା ଦ୍ୱାରା ଆପଣ ନିଜ ସୁବିଧା ଅନୁଯାୟୀ ଜିନିଷରେ ଲୁଣ ମିଶାଇ ପାରିବେ । ଏହା ସହ ବାହାରେ ଖାଇବା ଠାରୁ ଦୂରେଇ ରୁହନ୍ତୁ କାରଣ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇପାରେ । କାରଣ ସେଥିରେ ସମସ୍ତ ପ୍ରକାରର ମସଲା ଅତ୍ୟଧିକ ରହିଥାଏ । ସେଥିପାଇଁ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ । ଏହା ବ୍ୟତୀତ ଆପଣ ପ୍ରି-ପ୍ୟାକେଜ୍ ଆଇଟମ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ କାରଣ ଏଥିରେ ଅଧିକ ମାତ୍ରାରେ ସୋଡିୟମ୍ ଥାଏ ।

ଏହା ସହ ଖାଦ୍ୟରେ ଅଧିକ ପରିମାଣରେ ମସଲା ବ୍ୟାବହାର କରନ୍ତୁ ନାହିଁ । ତେବେ କିଛି ଲୋକ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ଅତିରିକ୍ତ ଲୁଣ ଏବଂ ମସଲା ବ୍ୟବହାର କରନ୍ତି । କିନ୍ତୁ ଆମେ ଖାଦ୍ୟରେ ଅନ୍ୟ କିଛି ମସଲା ବ୍ୟବହାର କରି ଆମେ ଏହି ଖରାପ ଅଭ୍ୟାସଠାରୁ ଦୂରରେ ରହିପାରିବା । ଯେପରି ରସୁଣ, ପିଆଜ, ଲେମ୍ବୁ ଏବଂ ଅନ୍ୟାନ୍ୟ ଜିନିଷ ଆପଣଙ୍କ ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିପାରେ । ସେଥିପାଇଁ ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରନ୍ତୁ ନାହିଁ, ନଚେତ ଆପଣ ଆଗକୁ ଯାଇ ବଡ଼ ସମସ୍ୟାର ସାମ୍ନା କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.