ମାତିଛି ପାଗଳା କୁକୁର, କାମୁଡ଼ାରେ ୧୦ରୁ ଅଧିକ ଆହତ

ମାତିଛି ପାଗଳା କୁକୁର । କୁକୁର କାମୁଡ଼ାରେ ୧୦ରୁ ଅଧିକ ଆହତ । ଆନନ୍ଦପୁର ବେଲବାହାଳି ଗାଁରେ ପାଗଳ କୁକୁର ଆତଙ୍କ । ଗତକାଲି ୮ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିବାବେଳେ ଆଜି ଆଉ ୪ଜଣ ଆହତ ହୋଇଛନ୍ତି ।

ଆନନ୍ଦପୁର (କେନ୍ୟୁଜ): ମାତିଛି ପାଗଳା କୁକୁର । କୁକୁର କାମୁଡ଼ାରେ ୧୦ରୁ ଅଧିକ ଆହତ । ଆନନ୍ଦପୁର ବେଲବାହାଳି ଗାଁରେ ପାଗଳ କୁକୁର ଆତଙ୍କ । ଗତକାଲି ୮ଜଣରୁ ଉର୍ଦ୍ଧ୍ବ ଆହତ ହୋଇଥିବାବେଳେ ଆଜି ଆଉ ୪ଜଣ ଆହତ ହୋଇଛନ୍ତି ।

କିଛି ଦିନ ହେବ ପାଗଳା କୁକୁରଟି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି । କୁକୁରଟି ହଠାତ୍ ଚାଲିଆସି ଲୋକମାନଙ୍କୁ କାମୁଡୁଛି । ଫଳରେ ଗାଁଲୋକ ଭୟଭୀତ ହୋଇ ପିଲାଛୁଆଙ୍କୁ ବାହାରକୁ ଛାଡିବାକୁ ଡରୁଛନ୍ତି । ତୁରନ୍ତ ପାଗଳା କୁକୁରକୁ କାବୁ କରିବା ପାଇଁ ଗାଁଲୋକେ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.