ସାନିଆଙ୍କୁ ଛାଡି ବିବାହ କଲେ ସୋଏବ ମଲ୍ଲିକ, ଇନଷ୍ଟାରେ ସେୟାର କଲେ ଫଟୋ

ବିବାହ କଲେ ସୋଏବ ମଲ୍ଲିକ । ପାକିସ୍ତାନୀ ଅଭିନେତ୍ରୀ ସନାଙ୍କୁ ଦ୍ୱିତୀୟ ବିବାହ କଲେ ସୋଏବ ମଲ୍ଲିକ । ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ସୋଏବ । ଗତ କିଛିଦିନରୁ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ସାନିଆ ମିର୍ଜାଙ୍କ ସ୍ବାମୀ ତଥା ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ମଲ୍ଲିକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିବା ଜଣାପଡିଛି । ନିଜ ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ସୋଏବ । ଗତ କିଛିଦିନରୁ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ପ୍ରାୟ ବର୍ଷେରୁ ଅଧିକ ହେବ ସୋଏବ ଓ ଭାରତୀୟ ଟେନିସ୍ ରାଣୀ ସାନିଆ ମିର୍ଜାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି ବୋଲି ଚର୍ଚ୍ଚା ଚାଲି ଆସୁଛି । ତେବେ ତାକୁ ନେଇ ସାନିଆ ସିଧାସଳଖ କେବେ କିଛି କହିନଥିଲେ ମଧ୍ୟ ନିଜ ସୋସିଆଲ ପୋଷ୍ଟରେ ଏଭଳି କିଛି ଲେଖିଥାନ୍ତି ।

ଦୁଇଦିନ ପୂର୍ବରୁ ସାନିଆ ମିର୍ଜା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ, ସେଥିରେ ସେ ଲେଖିଥିଲେ, ବିବାହ କଷ୍ଟକର, ଛାଡପତ୍ର ମଧ୍ୟ ବହୁତ କଷ୍ଟକର । ଏଥିରୁ ଫ୍ୟାନ୍ସ ଅନୁମାନ କରୁଥିଲେ କି, ଉଭୟଙ୍କ ମଧ୍ୟରେ ହୁଏତ ଛାଡପତ୍ର ହୋଇଛି ବୋଲି ।

 

View this post on Instagram

 

A post shared by Shoaib Malik (@realshoaibmalik)

୪୧ ବର୍ଷୀୟ ସୋଏବ ନିଜ ଇନଷ୍ଟାରେ ଫଟୋ ପୋଷ୍ଟ କରିଛନ୍ତି । ସେ ସନାଙ୍କ ସହିତ ବିବାହ କରିଛନ୍ତି । ପୂର୍ବରୁ ସନା ଜଣେ ପାକିସ୍ତାନୀ ଗାୟକ ଉମର ଜୟସଓ୍ଵାଲଙ୍କ ସହିତ ରିଲେସନସିପରେ ଥିଲେ । ସନା ୨୦୨୦ରେ ବିବାହ କରିଥିଲେ । କିନ୍ତୁ ଏବେ ସୋଏବଙ୍କ ସହିତ ବିବାହ କରିବା ପରେ ସନା ଇନଷ୍ଟାରୁ ନିଜର ସମସ୍ତ ଫଟୋ ଡିଲିଟ୍‌ କରିଦେଇଛନ୍ତି ।

ସୂଚନାଯୋଗ୍ୟ, ସୋଏବ ମଲ୍ଲିକ ଏବଂ ସାନିଆ ମିର୍ଜା ୨୦୧୦ ଏପ୍ରିଲରେ ବିବାହ କରିଥିଲେ । ସେତେବେଳେ ଭାରତରେ ଏହାକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ବିବାହ ହାଇଦ୍ରାବାଦରେ ହୋଇଥିଲା । ୨୦୧୮ରେ ଉଭୟଙ୍କର ପୁଅ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.