ମାଲକାନଗିରି ସୀମାନ୍ତ ଛତିଶଗଡ଼ରରେ ଏନକାଉଣ୍ଟର, ୩ ମାଓବାଦୀ ମୃତ

ଏନକାଉଣ୍ଟରରେ ୩ ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।

ମାଲକାନଗିରି (କେନ୍ୟୁଜ): ଏନକାଉଣ୍ଟରରେ ୩ ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ । ପୋଲିସ ର ଏନକାଉଣ୍ଟର ରେ ଦୁଇ ମହିଳା ମାଓବାଦୀ ସମେତ ତିନି ମାଓବାଦୀଙ୍କ ମୃତ୍ୟୁ । ଘଟଣା ସ୍ଥଳରୁ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀଓ ବନ୍ଧୁକ ଜବତ କରିଛି ପୋଲିସ ।

ମାଓବାଦୀଙ୍କ ମଧେଡ଼ ଏରିଆ କମିଟି କମାଣ୍ଡର ବିନୋଦ କର୍ମା, ରାଜୁ ପୁନେମ, ବିଶ୍ୱନାଥ ସମେତ ୩୦ରୁ ଅଧିକ ମାଓବାଦୀ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । DRG ଏବଂ CRPF କୋବ୍ରା ଯବାନ ଙ୍କ ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି । ଏହି ସୂଚନା ଦେଇଛନ୍ତି ବିଜାପୁର SP ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.