Below header

ବାବା ଯୋଗେଶ୍ୱର ପୀଠରେ ମକର ମେଳା, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼

୧୨ ମାସରେ ୧୩ ପର୍ବ ମଧ୍ୟରୁ ଅନ୍ୟତମ ମକର ସଂକ୍ରାନ୍ତି ପର୍ବ । ଏହା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଧୁମ୍ ଧାମର ସହିତ ପାଳନ ହୋଇଥାଏ । ସମାନ ଭାବେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବାଣୀଗୋଛା ଠାରେ ଥିବା ବାବା ଯୋଗେଶ୍ୱର ଜିଉ ପୀଠରେ ମଧ୍ୟ ଧୁମ୍ ଧାମର ସହିତ ପାଳନ ହୋଇଯାଇଛି ମକର ସଂକ୍ରାନ୍ତି ।

ଦଶପଲ୍ଲା ପଶ୍ଚିମା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ହେଉଛି ବାବା ଯୋଗେଶ୍ୱର ପୀଠ । ଯାହାକି ଦଶପଲ୍ଲା ବ୍ଲକର ବାଣୀଗୋଛା ଠାରେ ଅବସ୍ଥିତ। ଏହି ପୀଠରେ ଧୁମ୍ ଧାମର ସହିତ ପାଳିତ ହୋଇଯାଇଛି ମକର ସଂକ୍ରାନ୍ତି । ଶିବଙ୍କ ଏହି ପ୍ରସିଦ୍ଧ ପୀଠରେ ଲୋକମାନେ ଭକ୍ତି ଓ ଆରାଧନାର ସହିତ ପୂଜା ପାଳନ କରିଛନ୍ତି । ମକର ସଂକ୍ରାନ୍ତି ପରେ ଆରମ୍ଭ ହୋଇଯାଏ ଯାତ୍ରା । ଆଉ ଯାତ୍ରା ଆସିଲେ ଲୋକଙ୍କ ମଧ୍ୟରେ ଦେଖାଯାଏ ଅସୁମାରି ଆନନ୍ଦ ।

୧୨ ମାସରେ ୧୩ ପର୍ବ ମଧ୍ୟରୁ ଅନ୍ୟତମ ମକର ସଂକ୍ରାନ୍ତି ପର୍ବ । ଏହା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଧୁମ୍ ଧାମର ସହିତ ପାଳନ ହୋଇଥାଏ । ସମାନ ଭାବେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବାଣୀଗୋଛା ଠାରେ ଥିବା ବାବା ଯୋଗେଶ୍ୱର ଜିଉ ପୀଠରେ ମଧ୍ୟ ଧୁମ୍ ଧାମର ସହିତ ପାଳନ ହୋଇଯାଇଛି ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଅବସରରେ ବ୍ରାହ୍ମଣ ମାନଙ୍କ ବେଦମନ୍ତ୍ର ଉଚ୍ଚାରଣ ପୂର୍ବକ ଧୁମ୍ ଧାମର ସହିତ ମକର ସଂକ୍ରାନ୍ତି ପାଳନ ହୋଇଥିବାବେଳେ ୪ ଦିନ ଧରି ଚାଲେ ଏହି ଯାତ୍ରା । ଯେମିତିକି ଚଟପଟି ଖାଦ୍ୟ ସାଙ୍ଗକୁ ବିଭିନ୍ନ ପ୍ରକାର ଦୋକାନ , ଦୋଳି ସହିତ ସନ୍ଧ୍ୟା ହେଲେ ଚିକ୍‌ମିକ୍‌ ଆଲୋକରେ ସଜେଇ ହୋଇଯାଏ ଦଶପଲ୍ଲା ବ୍ଲକର ବାଣୀଗୋଛା ମକର ପଡ଼ିଆ ।

ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ଏହି ଯାତ୍ରାକୁ ଉପଭୋଗ କରିବା ପାଇଁ ଖାଲି ନୟାଗଡ଼ ଜିଲ୍ଲା ନୁହେଁ ବରଂ ନୟାଗଡ଼ ଜିଲ୍ଲାର ପଡୋଶୀ ଜିଲ୍ଲା ବୌଦ୍ଧ,କନ୍ଧମାଳ,ଗଞ୍ଜାମ ରୁ ମଧ୍ୟ ଛୁଟି ଆସିଥାନ୍ତି ହଜାର ହଜାର ଜନସାଧାରଣ । ଦିନରେ ଚଟପଟି ଖାଦ୍ୟର ମଜା ସାଙ୍ଗକୁ ସ୍ଥାନୀୟ କଳାକାର ଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରନ୍ତି ଦର୍ଶକ । ଆଉ ରାତିହେଲେ ଦର୍ଶକ ମାନଙ୍କୁ ଅଧିକ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ପ୍ରସ୍ତୁତ ହୋଇଯାଏ ଯାତ୍ରା କମିଟି ତରଫରୁ ଆୟୋଜିତ୍ ମାଗଣା ଅପେରା ଯାତ୍ରା ତାରିଣୀ ଗଣନାଟ୍ୟ ର ଚିକମିକ ରଙ୍ଗମଞ୍ଚ ।

ବାଣୀଗୋଛାରେ ଆୟୋଜିତ ମକର ଯାତ୍ରା କୁ ଆସୁଥିବା ଦର୍ଶକମାନଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ଯାତ୍ରା ଦେଖିବା ନିମନ୍ତେ ବାଣୀଗୋଛା ପୋଲିସ ଏବଂ ଦଶପଲ୍ଲା ପ୍ରଶାସନ ତରଫରୁ କଡ଼ାକଡ଼ି ପ୍ରସ୍ତୁତି ହୋଇଥାଏ । ମକର ମେଳାକୁ ଖୁବ୍‌ ଉପଭୋଗ କରିଛନ୍ତି ସ୍ଥାନୀୟ ଲୋକେ । ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଲୋକଙ୍କ ମନରେ ପ୍ରବଳ ଆଗ୍ରହ ମଧ୍ୟ ଦେଖାଯାଇଥିଲା । ତେବେ ଖୁବ ଧୁମଧାମରେ ସରିଛି ମକର ମେଳା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.