Below header

ଦିବ୍ୟାଙ୍ଗଙ୍କ ପରିବାରକୁ ସହାୟତାର ହାତ ବଢାଇଲେ କିଟ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ଦିବ୍ୟାଙ୍ଗଙ୍କ ପରିବାରକୁ ସହାୟତାର ହାତ ବଢାଇଲେ କିଟ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଯାଜପୁର ଚିତାଳୋ ପଞ୍ଚାୟତ ଝାଡଗାଁର ଦିବ୍ୟାଙ୍ଗ ଯୁବକ ଜଗନ୍ନାଥ ସେଠୀଙ୍କ ପରିବାରକୁ ସହାୟତା କରିଛନ୍ତି ।

ଯାଜପୁର ଟାଉନ : ଦିବ୍ୟାଙ୍ଗଙ୍କ ପରିବାରକୁ ସହାୟତାର ହାତ ବଢାଇଲେ କିଟ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ଯାଜପୁର ଚିତାଳୋ ପଞ୍ଚାୟତ ଝାଡଗାଁର ଦିବ୍ୟାଙ୍ଗ ଯୁବକ ଜଗନ୍ନାଥ ସେଠୀଙ୍କ ପରିବାରକୁ ସହାୟତା କରିଛନ୍ତି । ତାଙ୍କର ନିଆରା ପ୍ରେମ କାହାଣୀ ଓ ଜଣେ ଭିନ୍ନକ୍ଷମ ଯୁବକ ହୋଇ କିଭଳି ନିଜ ପରିବାର ଚଳାଇବାକୁ ସଂଘର୍ଷ କରୁଛନ୍ତି ସେସମ୍ପର୍କରେ କଳିଙ୍ଗ ଟିଭି ଓ କେ-ନ୍ଯୁଜରେ ଖବର ପ୍ରସାରଣ ହୋଇଥିଲା।

ଏହା ଡକ୍ଟର ସାମନ୍ତଙ୍କ ନଜରକୁ ଆସିବା ପରେ ଜଗନ୍ନାଥଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ମାସିକ ୫ ହଜାର ଟଙ୍କା ଲେଖାଏ ୫ବର୍ଷ ପାଇଁ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହି ଅର୍ଥରେ ଜଗନ୍ନାଥ ନିଜ ପୁଅକୁ ଭଲ ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଛନ୍ତି ଡକ୍ଟର ସାମନ୍ତ ।

କିସ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ଟିଭି ଯାଜପୁର ଟାଉନ ରିପୋର୍ଟର ଦେବାଶିଷ ସାହୁ ଜଗନ୍ନାଥ ସେଠୀଙ୍କ ଘରେ ପହଞ୍ଚି ଚିଠି ପ୍ରଦାନ କରିବା ସହ ବ୍ୟାଙ୍କ ଖାତାରେ ଟଙ୍କା ଆସିବା ଖବର ଦେଇଥିଲେ। କିସ ଫାଉଣ୍ଡେସନ ପକ୍ଷରୁ ଏଭଳି ସାହାଯ୍ୟର ହାତ ବଢ଼ାଇଥିବାରୁ ପରିବାର କିଟ, କିସ ଓ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡକ୍ଟର ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଡ଼ ସାମନ୍ତ ଙ୍କ ଏଭଳି ସାହାଯ୍ୟ ଓ ସହଯୋଗ ପାଇଁ ଗାଁ ଲୋକ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.