୭୦ ବର୍ଷୀୟ ଅସହାୟ ମହିଳାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍

୭୦ ବର୍ଷୀୟ ଅସହାୟ ମହିଳାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‍ ଅନ୍ତର୍ଗତ ଭିତର ଅନ୍ଧାରୀ ବଉଳପଡ଼ାର ୭୦ବର୍ଷୀୟା ଅସହାୟା ମହିଳା ଛବି ବେୱାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିସ୍‍ ଫାଉଣ୍ଡେସନ।

ଜଗତସିଂହପୁର : ୭୦ ବର୍ଷୀୟ ଅସହାୟ ମହିଳାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‍ ଅନ୍ତର୍ଗତ ଭିତର ଅନ୍ଧାରୀ ବଉଳପଡ଼ାର ୭୦ବର୍ଷୀୟା ଅସହାୟା ମହିଳା ଛବି ବେୱାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଛି କିସ୍‍ ଫାଉଣ୍ଡେସନ। ସ୍ୱାମୀଙ୍କୁ ହରାଇଥିବା ଛବି ବେୱା ଦୁଇ ବିଧବା ଝିଅ ଓ ୬ ନାତି ନାତୁଣୀଙ୍କୁ ନେଇ ପରିବାର ପ୍ରତିପୋଷଣ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହି ଖବର ଗଣମାଧ୍ୟମରୁ ଜାଣିବା ପରେ କିସ୍‍ ପାଉଣ୍ଡେସନ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ନିଜ ପ୍ରତିନିଧିଙ୍କୁ ପଠାଇ ଛବିଙ୍କ ବିଷୟରେ ଜାଣିଥିଲେ ।

ଶ୍ରୀ ସାମନ୍ତ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ତୁରନ୍ତ ତାଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆସନ୍ତା ୫ବର୍ଷ ପାଇଁ ପ୍ରତି ମାସରେ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଏହି ଅର୍ଥ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଠାଇ ଦିଆଯିବ । ଏହି ଅର୍ଥ ସେ ୬ ନାତି ନାତୁଣୀଙ୍କ ପାଠ ପଢ଼ାପାଇଁ ଖର୍ଚ୍ଚ କରିବେ । ଏହା ସହିତ ତାଙ୍କର ଜଣେ ଝିଅ ଇଚ୍ଛା ପ୍ରକାଶ କଲେ ଯୋଗ୍ୟତା ଅନୁସାରେ ତାଙ୍କୁ କିସ୍ ରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଡକ୍ଟର ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି। ଆର୍ଥିକ ଅସୁବିଧା କିମ୍ବା ଅନ୍ୟ କୌଣସି କାରଣରୁ ପାଠ ପଢ଼ି ପାରୁ ନ ଥିବା ପିଲାମାନଙ୍କ ପାଇଁ କିସ୍‍ ଫାଉଣ୍ଡେସନ୍‍ ସର୍ବଦା ଆଗେଇ ଆସିଥାଏ ।

You might also like