କିଟ୍ ଓ ଆମେରିକାର ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନ ମଧ୍ୟରେ ବୁଝାମଣା

କିଟ୍ ଓ ଆମେରିକାର ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନ, IIE ମଧ୍ୟରେ ବୁଝାମଣା। ଆଜି ନୂଆଦିଲ୍ଲୀଠାରେ ଏହି ବୁଝାମଣା ହୋଇଛି।

ନୂଆଦିଲ୍ଲୀ : କିଟ୍ ଓ ଆମେରିକାର ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନ, IIE ମଧ୍ୟରେ ବୁଝାମଣା। ଆଜି ନୂଆଦିଲ୍ଲୀଠାରେ ଏହି ବୁଝାମଣା ହୋଇଛି। ଏହି ବୁଝାମଣା ସ୍ବାକ୍ଷର ହେବା ଦ୍ୱାରା କିଟ୍ ଓ IIE ମଧ୍ୟରେ ଏକାଡେମିକ ସ୍ତରରେ ଛାତ୍ରଛାତ୍ରୀ ଓ ଶିକ୍ଷକ ପ୍ରତିବଦଳ ହେବ। ଫଳରେ ଉଭୟ ଅନୁଷ୍ଠାନରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ପାଇବ। ସୂଚନାଯୋଗ୍ୟ, IIEରେ ୧୦୦ରୁ ଅଧିକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ ସଦସ୍ୟ ଅଛନ୍ତି।

IIE ସହ ସହବନ୍ଧିତ ହେବାରେ କିଟ୍ ଭାରତର ଏକମାତ୍ର ଓ ପ୍ରଥମ ବିଶ୍ଵବିଦ୍ୟାଳୟ। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମେରିକା ଓ ଅନ୍ୟାନ୍ୟ ଦେଶର ୪୦ରୁ ଅଧିକ ବିଶ୍ଵବିଦ୍ୟାଳୟର କୁଳପତି ଓ ଉପକୁଳପତିମାନେ ଉପସ୍ଥିତ ଥିଲେ। ଏହି ଶିକ୍ଷାବିତମାନେ ଏକ ଅନ୍ତଃରାଷ୍ଟ୍ରୀୟ ଶିକ୍ଷା କର୍ମଶାଳାରେ ଯୋଗ ଦେବା ପାଇଁ IIE ତରଫରୁ ନୂଆଦିଲ୍ଲୀ ଆସିଛନ୍ତି। ଏହି ବୁଝାମଣାରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍ ପାଇଁ ଏହା ଗୌରବର ବିଷୟ। ଏହି ବୁଝାମଣାକୁ ନେଇ ଡ. ସାମନ୍ତଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ନୂଆ ଦିଲ୍ଲୀ ବ୍ୟୁରୋ ଚିଫ୍ ଆଶୁତୋଷ ରାଉତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.