ଲୋକସଭା ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆଶ୍ୱସ୍ତି, କମିଲା ସିଏନଜି ଦର
ଗ୍ୟାସର ଉତ୍ପାଦନ ମୂଲ୍ୟ ହ୍ରାସ ଯୋଗୁଁ ସିଏନଜି ଦାମ୍ ହ୍ରାସ କରାଯାଇଛି । ଏହି କାରଣରୁ ସିଏନଜିର ମୂଲ୍ୟ ହ୍ରାସ କରାଯାଇଛି । ଏହି ଦର ଗତକାଲି ମଧ୍ୟରାତ୍ରିରୁ ଲାଗୁ ହୋଇଛି । ମୁମ୍ବାଇରେ ସିଏନଜି ଦାମ୍ କିଲୋ ପ୍ରତି ୨.୫ ଟଙ୍କା କମିଛି ।
ନିର୍ବାଚନ ପୂର୍ବରୁ ଗ୍ରାହକଙ୍କୁ ଆଶ୍ୱସ୍ତି । ମହାରାଷ୍ଟ୍ର ମୁମ୍ବାଇରେ ସିଏନଜି ଦାମ୍ କିଲୋ ପ୍ରତି ୨.୫ ଟଙ୍କା କମିଛି । ପବ୍ଲିକ ସେକ୍ଟରର ମହାନଗର ଗ୍ୟାସ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୨.୫ ଟଙ୍କା ହ୍ରାସ କରିଛି ।
କମ୍ପାନୀ ଜାରି କରିଥିବା ଏକ ବୟାନ ଅନୁଯାୟୀ, ଗ୍ୟାସର ଉତ୍ପାଦନ ମୂଲ୍ୟ ହ୍ରାସ ଯୋଗୁଁ ସିଏନଜି ଦାମ୍ ହ୍ରାସ କରାଯାଇଛି । ଏହି କାରଣରୁ ସିଏନଜିର ମୂଲ୍ୟ ହ୍ରାସ କରାଯାଇଛି । ଏହି ଦର ଗତକାଲି ମଧ୍ୟରାତ୍ରିରୁ ଲାଗୁ ହୋଇଛି । ଗ୍ୟାସର ଉତ୍ପାଦନ ମୂଲ୍ୟ ହ୍ରାସ ହେତୁ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ସିଏନଜି ମୂଲ୍ୟ ହ୍ରାସ ହୋଇପାରେ ବୋଲି ଆଶା କରାଯାଉଛି ।
ସରକାରୀ କମ୍ପାନୀ ମହାନଗର ଗ୍ୟାସ ଲିମିଟେଡ ସିଏନଜିର ମୂଲ୍ୟ କିଲୋଗ୍ରାମ ପିଛା ୨.୫ ଟଙ୍କା ହ୍ରାସ କରିବା ପରେ ସିଏନଜିର ମୂଲ୍ୟ ୭୩.୫୦ ଟଙ୍କା ହୋଇଛି । ଏମଜିଏଲ ସାଧାରଣତଃ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗ୍ୟାସ ଯୋଗାଇଥାଏ ଏବଂ ବିକ୍ରି କରିଥାଏ । ତେବେ ଦେଶର ଅନ୍ୟାନ୍ୟ ସହରରେ ସିଏନଜି ମୂଲ୍ୟ ସ୍ଥିର ରହିଛି । ଦିଲ୍ଲୀରେ ସିଏନଜି ଦାମ୍ ୭୬.୫୯ ଟଙ୍କା କିଲୋ ପ୍ରତି ରହିଛି ।