ଘୋଷଣା ହେଲା କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା, କେରଳର ୱାଏନାଡରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧି
ଲୋକସଭା ନିର୍ବାଚନ ପାଇଁ ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟ ତାଲିକାରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ କିଛି ଭେଟେରାନ୍ । କେରଳର ୱାଏନାଡରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧି ।
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ୩୯ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ପ୍ରଥମ ପର୍ଯ୍ୟାୟ ତାଲିକାରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ କିଛି ଭେଟେରାନ୍ । କେରଳର ୱାଏନାଡରୁ ପୁଣି ଲଢ଼ିବେ ରାହୁଲ ଗାନ୍ଧି । ତିରୁବନନ୍ତପୁରମରୁ ଶଶି ଥରୁର, ଆଲାପୁଝା ଆସନରୁ କେସି ଭେନୁଗୋପାଳଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଛତିଶଗଡ଼ର ରାଜନନ୍ଦଗାଁଓରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ମହାସମୁନ୍ଦରୁ ଲଢ଼ିବେ ତାମ୍ରଧ୍ବଜ ସାହୁ ।
ସେହିପରି କେରଳର ତ୍ରିସୁରରୁ କେ. ମୁରଲୀଧରନ, ବେଙ୍ଗାଳୁରୁ ରୁରାଲରୁ ପ୍ରତିଦ୍ୱନ୍ଦ୍ବିତା କରିବେ ଡି. କେ. ସୁରେଶ । ତେଲଙ୍ଗାନା, କର୍ଣ୍ଣାଟକ, କେରଳ, ଛତିଶଗଡ, ମେଘାଳୟ, ଲାକ୍ଷାଦ୍ୱୀପ, ତ୍ରିପୁରା, ନାଗାଲାଣ୍ଡ ଓ ସିକିମର ୩୯ଟି ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ୩୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୪ ଜଣ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀ ଥିବା ବେଳେ ୧୫ ଜଣ ପ୍ରାର୍ଥୀ ସାଧାରଣ ବର୍ଗର। ପୂର୍ବରୁ ବିଜେପି ୧୯୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ।