ମାଡ଼ି ଆସୁଛି ଖରା, ବଢ଼ିବ ଦିନର ତାପମାତ୍ରା: ୧୧ରୁ ଅସହ୍ୟ ହେବ ଗରମ

ମାଡ଼ି ଆସୁଛି ଖରା । ରାଜ୍ୟରେ ଚଳିତବର୍ଷ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେବ। ବଢ଼ିବ ଦିନର ତାପମାତ୍ରା । ୪ ରୁ ୬ ଡିଗ୍ରୀ ସେଲସିୟସ ଯାଏଁ ବଢ଼ିବ ତାତି !। ୧୧ ତାରିଖରୁ ଅସହ୍ୟ ହେବ ଗରମ।

ଭୁବନେଶ୍ୱର (କେନ୍ୟୁଜ): ମାଡ଼ି ଆସୁଛି ଖରା । ରାଜ୍ୟରେ ଚଳିତବର୍ଷ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେବ। ବଢ଼ିବ ଦିନର ତାପମାତ୍ରା । ୪ ରୁ ୬ ଡିଗ୍ରୀ ସେଲସିୟସ ଯାଏଁ ବଢ଼ିବ ତାତି !। ୧୧ ତାରିଖରୁ ଅସହ୍ୟ ହେବ ଗରମ। ପରବର୍ତ୍ତୀ ୩ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।

ସେପଟେ ଏଥର ଖରା ଯେମିତି, ବର୍ଷା ବି ସେମିତି । ମୌସୁମୀ ୪ ମାସ ମଧ୍ୟରୁ ଜୁଲାଇରୁ ସେପଟେମ୍ବର ପର୍ଯ୍ୟନ୍ତ ୩ ମାସ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଉଭୟ ଖରା ଓ ବର୍ଷା ଉପରେ ପ୍ରଭବ ପକାଉଥିବା ଏଲ-ନିନୋ ବର୍ତ୍ତମାନ ଭାରତ ଉପରେ ସକ୍ରିୟ ରହିଛି । ଏହାଦ୍ବାରା ଚଳିତ ବର୍ଷ ପ୍ରବଳ ତାତି ଅନୁଭୂତ ହେବା ନେଇ ପୂର୍ବରୁ ଆକଳନ କରାଯାଇଛି । ଉତ୍ତର ଓଡ଼ିଶାରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଏକ ଟ୍ରାପ ଲାଇନ ସକ୍ରିୟ ରହିଛି । ଏହା ସହ ଦକ୍ଷିଣ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ମଧ୍ୟ ରହିଛି। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି କିଛି ଅଞ୍ଚଳରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଦକ୍ଷିଣ ଉପକୂଳ ଓଡ଼ିଶା ସହ କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.