ଆରଡ଼ି ଓ ଲୋକନାଥଙ୍କ ଭୋର ୪ଟା ୪୦ରେ ଉଠିଲା ମହାଦୀପ; ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଲା ପୀଠ

ଆରଡ଼ି ପୀଠରେ ଭୋର ୪ଟା ୪୦ରେ ଉଠିଲା ମହାଦୀପ । ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୀଠ । ଲକ୍ଷେରୁ ଉର୍ଦ୍ଧ୍ବ ଭକ୍ତ ରାତି ଉଜାଗର ହୋଇ ଜାଗର ଜାଳିବା ସହ ଆଖଣ୍ଡଳମଣିଙ୍କ ଅପୂର୍ବ ସୁନାବେଶ ଦର୍ଶନ କରିଥିଲେ ।

ପୁରୀ / ଚାନ୍ଦବାଲି (କେନ୍ୟୁଜ) : ଆରଡ଼ି ପୀଠରେ ଭୋର ୪ଟା ୪୦ରେ ଉଠିଲା ମହାଦୀପ । ଭକ୍ତଙ୍କ ହରିବୋଲ, ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୀଠ । ଲକ୍ଷେରୁ ଉର୍ଦ୍ଧ୍ବ ଭକ୍ତ ରାତି ଉଜାଗର ହୋଇ ଜାଗର ଜାଳିବା ସହ ଆଖଣ୍ଡଳମଣିଙ୍କ ଅପୂର୍ବ ସୁନାବେଶ ଦର୍ଶନ କରିଥିଲେ । ନୀତି ନିର୍ଘଣ୍ଟର ସଠିକ୍ ସମୟରେ ସମସ୍ତ ନୀତିକାନ୍ତି ସମାପନ ହୋଇଥିଲା । ଚତୁର୍ଥ ପ୍ରହର ପୂଜା ସରିବା ପରେ ସୁନାବେଶ ପ୍ରସ୍ତୁତି ଓ ମହାଦୀପ ପ୍ରସ୍ତୁତି ହୋଇଥିଲା । ରାତି ଉଜାଗର ରହି ମହାଦୀପ ଓ ସୁନା ବେଶ ଦର୍ଶନ କରିଥିଲେ ଭକ୍ତ ।

ସେହିପରି ପୁରୀ ଶ୍ରୀ ଲୋକନାଥଙ୍କ ପୀଠରେ ଭୋର ୪ଟା ୪୦ ମିନିଟରେ ମନ୍ଦିର ଉପରେ ସ୍ଥାପନ ହେଲା ମହାଦୀପ। ରାତି ୨ଟାରୁ ୩ଟା ମଧ୍ୟରେ ହରି ହର ଭେଟ ହୋଇ ବିଭିନ୍ନ ନୀତିକାନ୍ତି ବଢିଵା ପରେ ବାବା ଲୋକନାଥଙ୍କ ମହାଦୀପ ମନ୍ଦିର ଚୁଡାକୁ ଉଠିଥିଲା । ମହାଶିବ ରାତ୍ରି ଅବସରରେ ବାବା ଲୋକନାଥଙ୍କ ପୀଠରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟରେ ଭକ୍ତଙ୍କ ସମାଗମ ହୋଇଥିଲା । ଶୃଙ୍ଖଳିତ ଦର୍ଶନ ଓ ଦୀପ ଜାଳିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.