ସୁନା ଦରରେ ଲାଗୁନି ରୋକ୍; ଦିନକୁ ଦିନ ବଢି ବଢି ଚାଲିଛି ସୁନା ଦାମ
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୦,୭୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୬,୨୫୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦,୭୩୦ ଟଙ୍କା ଓ ୬୬,୨୫୦ ଟଙ୍କା ରହିଛି ।
ଏବେ ଚାଲିଛି ବିବାହ ଋତୁ। ବିବାହ ସିଜନ ଚାଲିଥିବା ବେଳେ ଆକାଶ ଛୁଆଁ ହୋଇଛି ସୁନା ଦର। ହୁ ହୁ ହୋଇ ବଢ଼ି ଚାଲିଛି ସୁନାର ଦାମ। ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ। ବିବାହ, ବ୍ରତ କି ଅନ୍ୟ କୌଣସି ପାରିବାରିକ ଅନୁଷ୍ଠାନ ପାଇଁ ସୁନା ଗହଣା କିଣିବାକୁ ବି ଡରିଲେଣି । ଏପଟେ ବ୍ୟବସାୟୀ କହିଛନ୍ତି, ସୁନାଦର ବୃଦ୍ଧି ଯୋଗୁଁ ବିବାହ ଋତୁ ସତ୍ତ୍ୱେ ଏବେ ମାଡ଼ ଖାଉଛି ବ୍ୟବସାୟ। କମିବାରେ ଲାଗିଛି ସୁନାଗହଣା ବିକ୍ରି। ଏପରି ପରିସ୍ଥିତିରେ, ଯଦି ଆପଣ ସୁନା ଓ ରୂପା କିଣିବାକୁ ଚାହୁଁଛନ୍ତି କିମ୍ବା ଆପଣ ସୁନାରେ ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୦,୭୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୬,୨୫୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦,୭୩୦ ଟଙ୍କା ଓ ୬୬,୨୫୦ ଟଙ୍କା ରହିଛି ।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୦,୭୩୦ ଟଙ୍କା ଓ ୬୬,୨୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୦,୮୮୦ ଟଙ୍କା ଓ ୬୬,୪୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୧,୪୮୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୭,୦୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୦,୭୩୦ ଟଙ୍କା ଓ ୬୬,୨୫୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୬, ୨୦୦ ଟଙ୍କା ରହିଛି ।