ଆଜି ବିଜେପିର ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ! ୭ ରାଜ୍ୟର ୯୦ ଜଣଙ୍କ ନାମରେ ମୋହର

ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି। ଆଜି ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ସମ୍ଭାବନା ରହିଛି। ୭ ରାଜ୍ୟର ୯୦ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ ହୋଇଥିବା ସୂଚନା ମିଳିଛି ।

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି। ଆଜି ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ସମ୍ଭାବନା ରହିଛି। ୭ ରାଜ୍ୟର ୯୦ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ ହୋଇଥିବା ସୂଚନା ମିଳିଛି। ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପି ସିଇସିର ବୈଠକ ବସିଥିଲା । ଏଥିରେ ୯୦ ଜଣ ପ୍ରାର୍ଥୀଙ୍କ ନାମରେ ମୋହର ଲାଗିଥିବା ଜଣାପଡିଛି। ୨୪ରୁ ଅଧିକ ବର୍ତ୍ତମାନର ସାଂସଦ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରୁ ବାଦ ପଡିଥିବା ସୂଚନା ମିଳିଛି । ମହାରାଷ୍ଟ୍ରର ୨୫, ତେଲେଙ୍ଗାନାର ୮ ଓ କର୍ଣ୍ଣାଟକର ୮ ଆସନରେ ପ୍ରାର୍ଥୀଙ୍କ ନାମକୁ ନେଇ ସିଇସି ବୈଠକରେ ସହମତି ପ୍ରକାଶ ପାଇଛି । ତେବେ ଓଡ଼ିଶା, ବିହାର ଓ ତାମିଲନାଡୁ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ସମ୍ପର୍କରେ କୈଣସି ଆଲୋଚନା ହୋଇନାହିଁ ।

ଏହା ପୂର୍ବରୁ ମାର୍ଚ୍ଚ ୨ରେ ପ୍ରଥମ ପର୍ଯ୍ୟାୟରେ ଦଳ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଯେଉଁଥିରେ ୧୬ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.