Below header

ଶାଶୁଙ୍କ ଠାରୁ ମା’ ଭଳି ସ୍ନେହ ପାଇବାକୁ ଆପଣାନ୍ତୁ ଏସବୁ ଉପାୟ, ମିଳିବ ଝିଅ ପରି ଆଦର

ବିବାହ ପରେ ଶାଶୁ ଘରେ ଶାନ୍ତି ତଥା ଖୁସିରେ ଜୀବନ ବିତାଇବା ପାଇଁ ଶାଶୁଙ୍କ ସହ ଭଲ ସମ୍ପର୍କ ରଖିବା ଉଚିତ୍‌ । ଶାଶୁଙ୍କଠାରୁ ଝିଅ ଭଳି ଭଲ ପାଇବା ପାଇବା ପାଇଁ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ । ଶାଶୁଙ୍କ ଠାରୁ ମା’ ଭଳି ସ୍ନେହ ପାଇବାକୁ ଆପଣାନ୍ତୁ ଏସବୁ ଉପାୟ, ମିଳିବ ଝିଅ ଭଳି ସ୍ନେହ...

ବିବାହ ସମସ୍ତଙ୍କ ଜୀବନରେ ପରିବର୍ତ୍ତନ ଆଣିଥାଏ । ପୁଅ ତୁଳନାରେ ଝିଅ ଜୀବନରେ ବାହାଘର ପରେ ଅଧିକ ପରିବର୍ତ୍ତନ ଆସେ । ଝିଅକୁ ନିଜ ଘର ଛାଡ଼ି ଏକ ନୂଆ ଘରକୁ ଯିବାକୁ ପଡ଼େ । ସେଠାକାର ଅଜଣା ଲୋକଙ୍କୁ ନିଜର କରି ପରିବାରରୁ ଆଗକୁ ବଢ଼ାଇବାକୁ ପଡ଼େ । ଏଥିସହ ଯଦି ବୋହୂ ଚାକିରିଆ ହୋଇଥିବ ତେବେ ଘର ଓ ଅଫିସ୍‌ ଉଭୟଙ୍କୁ ମ୍ୟାନେଜ୍‌ କରିବାକୁ ପଡ଼ିଥାଏ । ଏଣୁ ବିବାହିତା ମହିଳାଙ୍କ ଜୀବନର ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ କହିଲେ ଅତ୍ୟୁକ୍ତି ହେବନାହିଁ । ଏଭଳି ସ୍ଥିତିରେ ଯଦି ଶାଶୁ ଘରେ ସବୁ ଜିନିଷକୁ ମ୍ୟାନେଜ୍‌ କରି ଚଳିଗଲା ଭଳି ଶାଶୁ ଓ ଶ୍ୱଶୁର ମିଳନ୍ତି, ତେବେ କୌଣସି ସମସ୍ୟା ରହିନଥାଏ । ଖାସ୍‌ କରି ଯଦି ଶାଶୁ ସର୍ପୋଟ୍‌ କରନ୍ତି, ତେବେ ଘର ସୁରୁଖୁରୁରେ ଚଳିଯାଏ ।

ବିବାହ ପରେ ଶାଶୁ ଘରେ ଶାନ୍ତି ତଥା ଖୁସିରେ ଜୀବନ ବିତାଇବା ପାଇଁ ଶାଶୁଙ୍କ ସହ ଭଲ ସମ୍ପର୍କ ରଖିବା ଉଚିତ୍‌ । ଶାଶୁଙ୍କଠାରୁ ଝିଅ ଭଳି ଭଲ ପାଇବା ପାଇବା ପାଇଁ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଆବଶ୍ୟକ । ଶାଶୁଙ୍କ ଠାରୁ ମା’ ଭଳି ସ୍ନେହ ପାଇବାକୁ ଆପଣାନ୍ତୁ ଏସବୁ ଉପାୟ, ମିଳିବ ଝିଅ ଭଳି ସ୍ନେହ…

-ଶାଶୁଙ୍କୁ ସମ୍ମାନ ଦିଅନ୍ତୁ: ବୋହୂଟିଏ ଶାଶୁ ଘରେ ସମସ୍ତଙ୍କ ମନ ନେଇ ଚଳିବା ଭଲ । ଏଥିପାଇଁ ପ୍ରଥମ ସୋପାନ ହେଉଛି ଶାଶୁ ଶ୍ୱଶୁରଙ୍କ ଭଳି ବରିଷ୍ଠ ଲୋକଙ୍କୁ ସମ୍ମାନ ଦେବା । ଶାଶୁଙ୍କୁ ସମ୍ମାନ ଦେଇ ତାଙ୍କ ଇଚ୍ଛା ଅନୁସାରେ ଚଳିଲେ, ସେ ନିହାତି ମା’ ଭଳି ସ୍ନେହ ଶ୍ରଦ୍ଧା କରିବେ ।

-ଶାଶୁଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଅନ୍ତୁ: ଶାଶୁ କ’ଣ ଚାହୁଛନ୍ତି ତାହା ସବୁବେଳେ ଜାଣିବାକୁ ଚେଷ୍ଟା କରନ୍ତୁ । ତାଙ୍କୁ ଯାହା ଯେମିତି ପସନ୍ଦ ସେଇ ଅନୁସାରେ କାମ କରନ୍ତୁ । କାରଣ ସେ ଉକ୍ତ ଘରକୁ ବହୁ ବର୍ଷ ହେଲାଣି ଚଳାଇ ଆସୁଛନ୍ତି । ଏଣୁ ଘରର କାମ ଦାମ ସେ ଆପଣଙ୍କ ଠାରୁ ଅଧିକ ଭଲରେ ଜାଣନ୍ତି । ତେଣୁ ତାଙ୍କ ଇଚ୍ଛାକୁ ଗୁରୁତ୍ୱ ଦିଅନ୍ତୁ ।

– ଶାଶୁଙ୍କ ସହ କଥାବାର୍ତ୍ତା କରନ୍ତୁ: ବେଳେବେଳେ କିଛି ଘରେ ଶାଶୁ ମୁହଁ ଗୋଟେ ଆଡ଼େ, ବୋହୂ ମୁହଁ ଆଉ ଗୋଟେ ଆଡ଼େ ଥାଏ । ଏଭଳି ସ୍ଥିତିରେ ଘରେ କେବେ ବି କୌଣସି କାମ ସମସ୍ତଙ୍କ ସହମତିରେ ହୋଇନଥାଏ । ଏଣୁ ସବୁବେଳେ ଶାଶୁଙ୍କ ସହ ଯୋଗାଯୋଗ ରଖିବା ଉପରେ ଗୁରୁତ୍ୱ ଦିଅନ୍ତୁ । ଏହା ଦ୍ୱାରା ଯଦି କିଛି ସମସ୍ୟା ଥିବ, ତାହା ସମାଧାନ ହେବ । ନଚେତ୍‌ ସମସ୍ୟା ବଢ଼ି ଚାଲିବ ଓ ସମ୍ପର୍କ ଖରାପ ହୋଇଯିବ ।

– ଶାଶୁ ଓ ସ୍ୱାମୀଙ୍କ ମଝିରେ କେବେ ବି ପଶନ୍ତୁ ନାହିଁ: ସବୁ ଘରେ ମତାନ୍ତର ଓ ମନାନ୍ତର ହୋଇଥାଏ । ଯଦି ଆପଣଙ୍କ ଘରେ ବି ସ୍ୱାମୀ ଓ ଶାଶୁଙ୍କ ମଧ୍ୟରେ କିଛି କଥାକୁ ନେଇ ମତାନ୍ତର ହୋଇଛି । ତେବେ ଭୁଲରେ ବି ସେଥିରେ ମତ ଦିଅନ୍ତୁ ନାହିଁ । ନଚେତ୍‌ ସ୍ୱାମୀ ଅଥବା ଶାଶୁଙ୍କ ସହ ସମ୍ପର୍କ ଖରାପ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.