ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ Z ସୁରକ୍ଷା

ଣ୍ଟେଲିଜେନ୍ସ ବ୍ୟୁରୋ (IB)ର ଗୁପ୍ତଚର ରିପୋର୍ଟକୁ ଆଧାର କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ Z ବର୍ଗର ସୁରକ୍ଷା ଦିଆଯଇଛି । Z ବର୍ଗର ସୁରକ୍ଷା ପ୍ରୋଟୋକଲଗୁଡିକ ଅଧୀନରେ ଏକ ବିସ୍ତୃତ ସୁରକ୍ଷା ବିବରଣୀ ସାମିଲ କରାଯାଇଛି ।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ Z ସୁରକ୍ଷା ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମୁତାବକ, ଇଣ୍ଟେଲିଜେନ୍ସ ବ୍ୟୁରୋର ଗୁପ୍ତ ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ କମିଶନଙ୍କ ସୁରକ୍ଷା ଦାୟିତ୍ୱ ବଢାଇଦେଇଛି ।

ଖବର ମୁତାବକ, ଇଣ୍ଟେଲିଜେନ୍ସ ବ୍ୟୁରୋ (IB)ର ଗୁପ୍ତଚର ରିପୋର୍ଟକୁ ଆଧାର କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ Z ବର୍ଗର ସୁରକ୍ଷା ଦିଆଯଇଛି । Z ବର୍ଗର ସୁରକ୍ଷା ପ୍ରୋଟୋକଲଗୁଡିକ ଅଧୀନରେ ଏକ ବିସ୍ତୃତ ସୁରକ୍ଷା ବିବରଣୀ ସାମିଲ କରାଯାଇଛି । ରାଜୀବ କୁମାରଙ୍କୁ ସୁରକ୍ଷା ଦେବା ପାଇଁ CRPF କମାଣ୍ଡୋ ସମେତ ମୋଟ ୩୩ ଜଣ ସୁରକ୍ଷାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ରାଜୀବ କୁମାରଙ୍କ ବାସଭବନରେ ୧୦ ଜଣ ସଶସ୍ତ୍ର ଷ୍ଟାଟିକ୍ ଗାର୍ଡ, ୬ ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSO) ଦିନରାତି ସୁରକ୍ଷା ଯୋଗାଇବେ । ସେହିପରି ୩ଟି ଶିଫ୍ଟରେ କାର୍ଯ୍ୟ କରୁଥିବା ୧୨ ଜଣ ସଶସ୍ତ୍ର ଏସକର୍ଟ କମାଣ୍ଡୋ ମଧ୍ୟ ନିୟୋଜିତ ରହିବେ ।
ରାଜୀବ କୁମାରଙ୍କ ସୁରକ୍ଷା ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ ହଲଚଲ ଦେଖି ବଢାଇ ଦିଆଯାଇଛି । ତୃଣମୂଳ କଂଗ୍ରେସ ଭଳି ବିପକ୍ଷ ଦଳ ନିର୍ବାଚନ ଆୟୋଗଙ୍କ ବିରୋଧରେ ଲଗାତାର ବିରୋଧ ପ୍ରଦର୍ଶନ କରୁଛନ୍ତି ।

ସୂଚନାଯୋଗ୍ୟ, ଆଗାମୀ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରେ ୨୧ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୯ଟି ଆସନରେ ମତଦାନ ହେବ । ସେହିପରି ମେ’ ୭ ରେ ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟରେ ମତଦାନ ହେବ । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଓଡ଼ିଶାରେ ମେ ୧୩ ଓ ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ । ରାଜୀବ କୁମାର ୧୯୮୪ ବ୍ୟାଚର ଆଇଏଏସ ଅଧିକାରୀ । ସେ ୧୫ ମଇ ୨୦୨୨ରେ ୨୫ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.