ମହଙ୍ଗା ପଡ଼ିବ FasTag ରିଚାର୍ଜ ପାଇଁ ଗୁଗଲ ସର୍ଚ୍ଚ, ଜାଣନ୍ତୁ କେମିତି ସ୍କାମରୁ ବଞ୍ଚିବେ

ଭାରତରେ କିଛି ବି ଜିନିଷ ବ୍ୟବହାର ହେଲେ ଏହାକୁ ନେଇ ସ୍କାମ୍ ମାମଲା ବଢ଼ିବା ଆରମ୍ଭ କରେ । ଗତ କିଛି ଦିନରୁ FasTag ସ୍କାମ ଦ୍ରୁତ ଗତିରେ ଘଟୁଛି ।

ଲୋକମାନେ ସମସ୍ତ ଗାଡିରେ FasTag ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ FasTag ସମ୍ବନ୍ଧୀୟ ସ୍କାମ ମଧ୍ୟ ବଢ଼ିଚାଲିଛି । ଭାରତରେ କିଛି ବି ଜିନିଷ ବ୍ୟବହାର ହେଲେ ଏହାକୁ ନେଇ ସ୍କାମ୍ ମାମଲା ବଢ଼ିବା ଆରମ୍ଭ କରେ । ଗତ କିଛି ଦିନରୁ FasTag ସ୍କାମ ଦ୍ରୁତ ଗତିରେ ଘଟୁଛି । କିଛି ଦିନ ପୂର୍ବରୁ ମହାରାଷ୍ଟ୍ରର ନାଲାସୋପାରା ଠାରେ FasTag ପାଇଁ ଗୁଗଲରେ ସର୍ଚ୍ଚ କରିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡ଼ିଛି । ସେ ତାଙ୍କ ଆକାଉଣ୍ଟରୁ ୨.୪ ଲକ୍ଷ ଟଙ୍କା ହରାଇଛନ୍ତି । ଆପଣ ଏଭଳି ସ୍କାମ ବିଷୟରେ ହୁଏତ ଜାଣି ନଥିବେ ତେବେ ଆସନ୍ତୁ ଜାଣିବା ଏହି ସ୍କାମ କଣ ।

ଯଦି ଆପଣ FasTag ଆକାଉଣ୍ଟକୁ ରିଚାର୍ଜ କରିବାରେ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସମାଧାନ ପାଇଁ ଗୁଗଲର ସାହାଯ୍ୟ ନିଅନ୍ତୁ ନାହିଁ । କାରଣ ଆପଣ ବି ଫ୍ରଡର ଶିକାର ହୋଇପାରନ୍ତି । ନିକଟରେ ଜଣେ ବ୍ୟକ୍ତି ଗୁଗଲରେ FasTag ର କଷ୍ଟମର୍‌ କେୟାର ନମ୍ବରକୁ କଲ୍‌ କରୁଥିଲେ । ପରେ ଯେ ଫୋନ ଉଠାଇଥିଲେ ସେ ନିଜକୁ କଷ୍ଟମର ଏକ୍ସକ୍ୟୁଟିଭ୍‌ ଜଣାଇଥିଲେ ଏବଂ ସେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ କହିଥିଲେ ।

କଷ୍ଟମର କେୟାର ଉପରେ ଭରସା କରି ବ୍ୟକ୍ତି ଜଣକ ତାଙ୍କ ଫୋନରେ ଏକ ରିମୋଟ୍ କଣ୍ଟ୍ରୋଲ୍ ଆପ୍ ଡାଉନଲୋଡ୍ କରିଥିଲେ । ଏହା ପରେ ଏହି ଆପ୍ ସାହାଯ୍ୟରେ କଷ୍ଟମର କେୟାରରେ କଥା ହେଉଥିବା ଲୋକଟି ତାଙ୍କ ଆକାଉଣ୍ଟରୁ ୨.୪ ଲକ୍ଷ ଟଙ୍କା ଲୁଟି ନେଇଥିଲା । ଏହା ପରେ ସେ କଲ୍ କାଟି ଫୋନ୍ ସୁଇଚ୍‌ ଅଫ କରିଥିଲା । ତେବେ ଏଭଳି ସ୍କାମରୁ ଆପଣ କିପରି ବଞ୍ଚିବେ ଆସନ୍ତୁ ଜାଣିବା ।

୧. କଷ୍ଟମର କେୟାର ନମ୍ବର ପାଇଁ କମ୍ପାନୀର ସାଇଟକୁ ଯାଆନ୍ତୁ ।
୨.ଗୁଗଲରେ ସର୍ଚ୍ଚ କରି କଷ୍ଟମର କେୟାର ନମ୍ବର ଖୋଜନ୍ତୁ ନାହିଁ ।
୩. କୌଣସି ବ୍ୟକ୍ତିଙ୍କ ପରାମର୍ଶରେ ଆପଣଙ୍କ ଫୋନରେ କୌଣସି ଆପ୍ ଇନଷ୍ଟଲ୍‌ କରନ୍ତୁ ନାହିଁ ।
୪. ବ୍ୟାଙ୍କ ଡିଟେଲ୍ସକୁ କୌଣସି ବ୍ୟକ୍ତିଙ୍କ ସହ ସେୟାର କରନ୍ତୁ ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.