କ୍ରିକେଟ ଖେଳ ନେଲା ଜୀବନ, ପ୍ରାଇଭେଟ ପାର୍ଟରେ ବଲ୍‌ ବାଜିବାରୁ ୧୧ ବର୍ଷୀୟ ନାବାଳକର ମୃତ୍ୟୁ

ମହାରାଷ୍ଟ୍ର ପୁନେର ଲୋହଗାଁରେ କ୍ରିକେଟ ଖେଳୁଥିବା ସମୟରେ ପିଲାର ପ୍ରାଇଭେଟ ପାର୍ଟରେ ବଲ୍‌ ବାଜିବା ଯୋଗୁଁ ଜୀବନ ଚାଲିଯାଇଥିବା ଖବର ସାମ୍ନାକୁ ଆସିଛି । ପିଲାର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଆପଣଙ୍କ ପିଲା କ୍ରିକେଟ ଖେଳୁଥିଲେ, ସାବଧାନ ହୋଇଯାଆନ୍ତୁ ଅଭିଭାବକ । ସାଙ୍ଗଙ୍କ ସହ କ୍ରିକେଟ ଖେଳୁ ଖେଳୁ ଚାଲିଗଲା ଜୀବନ । ବଲ୍ ବାଜିବାରୁ ପଡିଆରେ ହିଁ ଚାଲିଗଲା ୧୧ ବର୍ଷୀୟ ନାବାଳକଙ୍କ ଜୀବନ । ମହାରାଷ୍ଟ୍ର ପୁନେର ଲୋହଗାଁରେ କ୍ରିକେଟ ଖଳୁଥିବା ସମୟରେ ପିଲାର ପ୍ରାଇଭେଟ ପାର୍ଟରେ ବଲ୍‌ ବାଜିବା ଯୋଗୁଁ ଜୀବନ ଚାଲିଯାଇଥିବା ଖବର ସାମ୍ନାକୁ ଆସିଛି । ପିଲାର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଖବର ମୁତାବକ, ପୁଣେର ଲୋହଗାଁରେ ଥିବା ପଡିଆରେ ୧୧ ବର୍ଷୀୟ ପିଲାଟି ନିଜ ସାଙ୍ଗଙ୍କ ସହ କ୍ରିକେଟ ଖେଳୁଥିଲା । ଖେଳୁଥିବା ବେଳେ ଜଣେ ପିଲା ବ୍ୟାଟିଂ କରୁଥିବା ବେଳେ ବଲଟି ଆସି ୧୧ ବର୍ଷୀୟ ଶୌର୍ଯ୍ୟଙ୍କ ପ୍ରାଇଭେଟ ପାର୍ଟରେ ବାଜିଥିଲା । ଫଳରେ ସେ ତଳେ ପଡ଼ି ଛଟପଟ ହୋଇଥିଲେ । ଏହା ଦେଖିବା ପରେ ସାଙ୍ଗ ଖେଳାଳିମାନେ ଶୌର୍ଯ୍ୟଙ୍କ ପାଖକୁ ଦୌଡିଥିଲେ । ପିଲାମାନେ କିଛି ବୁଝିପାରିନଥିଲେ, ତେଣୁ ପାଖରେ ଖେଳୁଥିବା ବଡ ପିଲାମାନଙ୍କୁ ଡାକିଥିଲେ ।

ଏହାପରେ ସାଥି ଖେଳାଳିମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଖେଳିବାକୁ ଯାଇଥିବା ପୁଅର ଏପରି ମୃତ୍ୟୁ ଯୋଗୁଁ ପରିବାର ଲୋକ ସଂପୂର୍ଣ୍ଣ ଭାବେ ଭାଙ୍ଗିପଡିଛନ୍ତି ।

ସୂଚନାଯୋଗ୍ୟ, କିଛିଦିନ ତଳେ ନୋଏଡାରେ ଜଣେ ଯୁବ ଇଂଜିନିୟର କ୍ରିକେଟ ଖେଳୁଥିବା ସମୟରେ ପଡିଆରେ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ । ଯୁବ ଇଂଜିନିୟର ବିକାଶ ନେଗି ରନ୍‌ ନେବା ପାଇଁ ଦୌଡିବା ସମୟରେ ହଠାତ୍‌ ତଳେ ପଡିଯାଇଥିଲେ । ତାଙ୍କୁ ତଳେ ପଡ଼ି ଯାଉଥିବାର ଦେଖି ୱିକେଟ୍ କିପର୍‌ ତାଙ୍କ ଆଡକୁ ଦୌଡିଥିବାବେଳେ ଅନ୍ୟ ଖେଳାଳିମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ତାଙ୍କ ପାଖକୁ ଯାଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଉତ୍ତରପ୍ରଦେଶ ଅମରୋହାରେ ୧୦ମ ଶ୍ରେଣୀ ବାଳକ ରାଜୀବ ସୋନୀ ଶନିବାର ଦିନ ସାଙ୍ଗମାନଙ୍କ ସହିତ ସୋହରକା ମାର୍ଗ ସ୍ଥିତ ଗ୍ରାଉଣ୍ଡରେ କ୍ରିକେଟ ଖେଳୁଥିଲେ । ଖେଳୁଥିବା ବେଳେ ଶୋଷ ଲାଗିବା ବେଳେ ବାଳକ ଜଣକ ଥଣ୍ଡା ପାଣି ବୋତଲ ପିଇଦେଇଥିଲେ । ଏହାପରେ ସେ ଚକ୍କର ଖାଇ ତଳେ ପଡିଯାଇଥିଲେ । ଏହା ଦେଖିବା ପରେ ସାଙ୍ଗମାନେ ଭୟଭୀତ ହୋଇଯାଇ ବାଳକଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ଘର ଲୋକେ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.