ଜମ୍ମୁ-କଶ୍ମୀର ସେପୋରେର ବତ୍ରଗାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ସେପୋରେର ବତ୍ରଗାମ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀର ପେଟ୍ରୋଲିଂ ଟିମ୍‌ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀଙ୍କ ଆକ୍ରମଣର କଡ଼ା ଜବାବ୍‌ ଦେବାକୁ ଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଗୁଳି ବର୍ଷଣ କରାଯାଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି।  ତେବେ ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ଏକ ଗ୍ରେନେଡ଼ ସେନା ଉପରେ ଆକ୍ରମଣ କରିବାକୁ ଯାଉଥିଲେ। ଏହାପରେ ପୁଲଓ୍ଵାମାରେ ଦକ୍ଷିଣ ତ୍ରାଳ ଟାଉନସିପ୍‌ର ମିଦୁରା ହେମଲେଟ୍‌ରେ ଆତଙ୍କବାଦୀ ଅନାଧୁନିଆ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ସମଗ୍ର ଅଞ୍ଚଳକୁ ଘେରି ଯାଇଥିଲା ଓ ଆତଙ୍କବାଦୀମାନଙ୍କ ଉପରକୁ ଗୁଳିଗୋଳା ବର୍ଷଣ କରିଥିଲେ। ଆତଙ୍କବାଦୀମାନଙ୍କୁ ଧରିବାକୁ ସେନା ପକ୍ଷରୁ ଯୋରସୋରରେ ଅଭିଯାନ ଚାଲିଛି।

Leave A Reply

Your email address will not be published.