ରାଇରଙ୍ଗପୁର ଅଂଚଳରେ ମୃଦୁ ଭୂମିକମ୍ପ ଅନୁଭୂତ

ରାଇରଙ୍ଗପୁର : ଆଜି ସକାଳ ପ୍ରାୟ ୬ଟା ୨୦ ମିନିଟରେ ରାଇରଙ୍ଗପୁର ଅଂଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାଇରଙ୍ଗପୁରର ଗୋରୁମହିଷାଣି, ବିଜାତଳ, ବିଶୋଇ ଅଂଚଳରେ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ ପାଇଛି । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ହଠାତ୍ ଲୋକେ ଭୟଭିତ ହୋଇପଡିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.