ମଜା କରୁ କରୁ ସଜା : ବ୍ୟକ୍ତିଙ୍କ ହାତକୁ ଦାନ୍ତରେ ଜାବୁଡି ଧରିଲା ସିଂହୀ, ଭିଡିଓ ହେଲା ଭାଇରାଲ

ସୋସିଆଲ ମିଡିଆରେ ଏକ ଏମିତି ଲୋମହର୍ଷଣକାରୀ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରିଦେଇଛି । ଜଣେ ବ୍ୟକ୍ତି ସିଂହ ବାଡ ଭିତରେ ହାତ ପୁରାଇ ସିଂହ ଶରୀରକୁ ଆଉଁସୁ ଥିବାବେଳେ,ସିଂହ ମଧ୍ଯ ବହୁତ ଆରାମ ସହକାରେ ଏହାର ମଜା ନେଉଥିଲା ।କିନ୍ତୁ ସେହି ସମୟରେ ହଠାତ୍ ଏକ ସିଂହୀ ସେଠାକୁ ଆସି ବ୍ୟକ୍ତିଙ୍କର ହାତଟିକୁ କାମୁଡି ଧରିପକାଇଥିଲା।  ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିଙ୍କର ପତ୍ନୀ ମଧ୍ଯ ତାଙ୍କ ସହିତ ଥିଲେ ଏବଂ ସେ ମୋବାଲରେ ଭିଡିଓ କରୁଥିଲେ ।

ଏହି ଘଟଣା ଦକ୍ଷିଣ ଆଫ୍ରିକାର ଅଟେ । ଉକ୍ତ ବ୍ୟକ୍ତିଙ୍କ ନାମ ପିଟର । ରିପୋର୍ଟ ମୁତାବକ ସିଂହୀ ବ୍ୟକ୍ତିଙ୍କର ହାତକୁ ନିଜର ଦାନ୍ତରେ ଜାବୁଡି ଧରିଥିଲା । ବହୁ କଷ୍ଟରେ ବ୍ୟକ୍ତିଜଣଙ୍କ ନିଜର ହାତକୁ ସେଠାକୁ ବାହାର କରିଥିଲେ । ତେବେ ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.