ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାର ଝିଅମାନେ ଏବେ ଅନେକ କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି। ସେହିଭଳି ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରାୟାଗଡ଼ା ଗୁଣପୁରର ଝିଅ ଶୀତଲ ସାହୁ କୃତିତ୍ୱ ହାସଲ କରିଛନ୍ତି। ଇଷ୍ଟଜୋନ୍ ପାଇଁ କୋଲକାତାରେ ଅନୁଷ୍ଠିତ ପ୍ରତିଯୋଗିତାରୁ ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ସେ ମନୋନୀତ ହୋଇଛନ୍ତି।
ନଭି ମୁମ୍ବାଇର ଏକ ବେସରକାରୀ କମ୍ପାନୀରେ ଚାକିରୀ କରୁଥିବା ଶୀତଲଙ୍କ ଜନ୍ମ ଗୁଣପୁରରେ। ସେ ତାଙ୍କ ପିଲାଦିନ ସେଠାରେ କଟିଥିବା ବେଳେ ମାଟ୍ରିକ୍ ପର୍ଯ୍ୟନ୍ତ ସେ ସରସ୍ୱତୀ ଶିଶୁ ମନ୍ଦିର ପଢ଼ିଛନ୍ତି। ପରେ ବୁର୍ଲାରେ ଆଇଟିରେ ବି-ଟେକ୍ ପାଠ୍ୟକ୍ରମ ଶେଷ କରିବା ପରେ ମୁମ୍ବାଇରେ ଚାକିରି ପାଇଥିଲେ। ଶୀତଲଙ୍କ ଏହି ସଫଳତାରେ ତାଙ୍କ ପରିବାର ସହ ସାଙ୍ଗ ସାଥିମାନେ ତଥା ସାରା ଓଡିଶା ଖୁବ ଗର୍ବିତ।