ଆଜି ଅପରାହ୍ନରୁ ରାଜ୍ୟରେ ଅନୁଭୂତ ହେବ ଫନି ପ୍ରଭାବ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହିତ ଅନ୍ୟ ଆସୋସିଏସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

କେନ୍ୟୁଜ୍: ଆଜି ଅପରାହ୍ନରୁ ରାଜ୍ୟରେ ଅନୁଭୂତ ହେବ ଫନି ପ୍ରଭାବ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହିତ ଅନ୍ୟ ଆସୋସିଏସନ ମଧ୍ୟ ବ୍ୟାପକ ବ୍ୟବସ୍ଥା କରିଛି। ବାତ୍ୟାର ମୁକାବିଲା ପାଇଁ ଓଡିଶା ବ୍ୟବସାୟୀ ମହାସଂଘ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି। ଲୋକଙ୍କ ପାଇଁ ପ୍ରଚୁର ପରିମାଣରେ ଖାଦ୍ୟଶସ୍ୟ ମହଜୁଦ ଥିବା କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ। ଭୟଭୀତ ହୋଇ ଅଧିକ ଜିନିଷ କିଣି ମହଜୁଦ ନରଖିବାକୁ ସେ କହିଛନ୍ତି। ବଜାରରେ କଳାବଜାରୀ ଯେଭଳି ନହେବ ସେଥିପାଇଁ ପଦକ୍ଷେପ ମଧ୍ୟ ନିଆଯାଇଛି। ସମ୍ଭାବ୍ୟ ବାତ୍ୟା ପାଇଁ ଲୋକେ ଅଧିକ ପରିବା, ଆଳୁ, ପିଆଜ କିଣୁଥିବା ଦେଖିବାକୁ ମିଳିଥିଲା। ସେପଟେ ବାତ୍ୟାର ମୁକାବିଲା ପାଇଁ ଓଡିଶା ପେଟ୍ରୋଲିୟମ ମହାସଂଘ ପ୍ରସ୍ତୁତ ଥିବା କହିଛନ୍ତି ଆସୋସିଏସନ ସଭାପତି ସଂଜୟ ଲାଠ। ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ପେଟ୍ରୋଲ ଯୋଗାଇ ଦିଆଯାଇଛି। ଏହା ସହିତ ବିଦ୍ୟୁତ ବିଭ୍ରାଟ ହେଲେ ଜେନସେଟ ଲଗାଇ ଗ୍ରାହକଙ୍କୁ ପେଟ୍ରୋଲ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.