କଳିଯୁଗର ସତ୍ୟବାନ, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ଦେବଗଡ଼ (କେନ୍ୟୁଜ୍) : ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ । ୩ବର୍ଷର ଶିଶୁକୁ ଧରି ଫେରାର ହୋଇଯାଇଛି ସ୍ୱାମୀ । ଦେବଗଡ଼ ଜିଲ୍ଲା ବାରକୋଟ ଥାନା କାଦୋପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ମନୋଜ କୁମ୍ଭାର ମଦ ପିଇ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାରଙ୍କ ସହ ଅନେକ ସମୟରେ ଝଗଡ଼ା କରୁଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ମନୋଜ ଘରକୁ ଆସି ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏପର‌୍ୟ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ।

Leave A Reply

Your email address will not be published.