ବେଗୁନିଆ ବାଘମାରୀ ଅଞ୍ଚଳରେ ଦମ୍ପତିଙ୍କଠାରୁ ଚେନ୍ ଲୁଟ୍ ଉଦ୍ୟମ ପଡ଼ିଲା ମହଙ୍ଗା

ଦମ୍ପତିଙ୍କ ଠାରୁ ଚେନ୍ ଲୁଟ୍ କରି ଫେରାର ହେଇଯାଉଥିବା ବେଳେ ଧରାପଡ଼ିଲା ଲୁଟେରା । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବାଘମାରୀ ଶୀମୋର ରାସ୍ତାରେ ଜଣେ ଦମ୍ପତିଙ୍କ ଠାରୁ ଚେନ୍ ଲୁଟ୍ ଉଦ୍ୟମ କରି ଫେଲ୍ ମାରିଛି ଲୁଟେରା । କଳାପଥର କଲେଜ ପ୍ରିନ୍ସପାଲ ଏବଂ ତାଙ୍କ ସ୍ୱାମୀ ବାଇକରେ ଯାଉଥିବା ବେଳେ ଜଣେ ଲୁଟେରା ବାଇକରେ ଆସି ଚେନ୍ ଛିଣ୍ଡାଇ ନେଇ ପଳାଇବା ବେଳେ ତଳେ ପଡ଼ିଯାଇଥିଲା ।

ଏହାପରେ ସ୍ଥାନୀୟ ଲୋକେ ତାକୁ କାବୁ କରିନେଇଥିଲେ । ଏହାପରେ ପୋଲିସ ଜିମା ଦେଇଥିଲେ । ଗିରଫ ଲୁଟେରା ନିରାକାରପୁର ଥାନା ଖଜୁରିଆ ଗାଁର ତସଲିମ୍ ସାହା ବୋଲି ଜଣାପଡ଼ିଛି । ଦମ୍ପତି ବାଘମାରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଲୁଟେରାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.