ବିଶ୍ୱ ପରିବେଶ ଦିବସ ପାଇଁ ରିଲିଜ୍ ହୋଇଛି ଥିମ୍ ସଙ୍ଗ, ଦେଖନ୍ତୁ ଭିଡିଓ

ଆସନ୍ତାକାଲି ବିଶ୍ୱ ପରିବେଶ ଦିବସ। ଏବର୍ଷର ଥିମ୍ ବାୟୁ ପ୍ରଦୂଷଣ ଉପରେ ଆଧାରିତ। ତା ପୂର୍ବରୁ ଆଜି କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ରିଲିଜ ହୋଇଛି ଏକ ଭିଡିଓ ସଙ୍ଗ୍ । ଯାହାର ଟାଇଟଲ୍ ରହିଛି ହାଓ୍ଵା ଆନେ ଦେ। ଗୀତରେ ଅଭିନୟ କରିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର। ପାଖାପାଖି ସାଢ଼େ ତିନି ମିନିଟର ଏହି ଭିଡିଓ ଦେଉଛି ବାୟୁ ପ୍ରଦୂଷଣ ରୋକିବାର ବାର୍ତ୍ତା।

ଅକ୍ଷୟ ମର୍ଣ୍ଣି ଓ୍ଵାକ୍ରେ ନଜର ଆସିଛନ୍ତି। ତାସହ ଗୀତରେ ଶଙ୍କର ମହାଦେବନ, ରାଜକୁମାର ରାଓ, ଭିକି କୌଶାଲ, କପିଲ ଶର୍ମା, ସିମକ୍ ଡାଭର୍, ଶାନ୍ ଓ ସୁନିଧି ଚୌହ୍ଵାନ ପ୍ରମୁଖ ଅଛନ୍ତି। ସମସ୍ତେ ଦେଇଛନ୍ତି ପରିବେଶର ସୁରକ୍ଷା ଓ ବାୟୁ ପ୍ରଦୂଷଣକୁ ରୋକିବା ନେଇ ବାର୍ତ୍ତା। ସ୍ୱନନ୍ଦ କିରକିରେ ଗୀତଟିକୁ ଲେଖିଥିବା ବେଳେ ସାନ୍ତନୁ ମୁଖାର୍ଜୀ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଥିମ୍ ଟ୍ରାକକୁ ସାନଙ୍କ ସହ ମିଶି ଗାଇଛନ୍ତି ଶାନ୍ତନୁ ମୁଖାର୍ଜୀ, ଶଙ୍କର ମହାଦେବନ, ସୁନିଧି ଚୌହ୍ଵାନ, ସିମକ୍ ଡାଭର ଓ କପିଲ ଶର୍ମା। ପୂରା ଗୀତଟି ବେଶ ମର୍ମସ୍ପର୍ଶୀ ହୋଇଛି।

ସେହିପରି ବିଶ୍ୱ ପରିବେଶ ଦିବସ ପୂର୍ବରୁ କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ସେଲ୍ଫି ଓ୍ଵିଥ୍ ସାପଲିଂ ନାମରେ ଏକ କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର। ଏଥିରେ ଲୋକଙ୍କୁ ଗୋଟିଏ ଗଛ ଲଗାଇ ସେଲଫି ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବାକୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

Leave A Reply

Your email address will not be published.