Below header

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡ. ଅଚ୍ୟୁତ ସାମନ୍ତ

ଦୁଇ ଦିନିଆ କନ୍ଧମାଳ ଗସ୍ତରେ ସାଂସଦ ଡ. ଅଚ୍ୟୁତ ସାମନ୍ତ । ଆଜି ପ୍ରଥମ ଦିନରେ ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବଳକୁମ୍ପ, କେରିଡି, ନବଗୁପା, ଲାଇନ୍ପଡ଼ା, ଖଜୁରୀପଡ଼ା, ସଙ୍କରାଖୋଲ୍, ଘୁ ଉଦୟଗିରିର ଚକାପାଦ ଏବଂ ରାଇକିଆର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ବିଜୟ ଯାତ୍ରା ପରେ ଅଞ୍ଚଳବାସୀ ସାଂସଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ସହ ନିଜ ଅଞ୍ଚଳର ସମସ୍ୟା ବିଷୟରେ ଅବଗତ କରିଥିଲେ । ଜନସାଧାରଣଙ୍କ ସମସ୍ୟା ଶୁଣିବା ପରେ ସବୁ ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ ଡ. ସାମନ୍ତ ।

ଏଥସହ ଖଜୁରୀପଡ଼ା ବ୍ଲକକୁ ସାଂସଦଙ୍କ ମଡେଲ ଭିଲେଜ୍ କରିବା ଲକ୍ଷ୍ୟ ରହିଛି । ପ୍ରତି ବ୍ଲକରେ ସାଂସଦଙ୍କ ପକ୍ଷରୁ ଅଫିସ କରାଯାଇ ସେଠାରେ କର୍ମଚାରୀ ନିୟୋଜିତ ହେବେ । ସେମାନେ ଲୋକଙ୍କ ସମସ୍ୟା ସଂପର୍କରେ ବୁଝିବେ ବୋଲି କହିଛନ୍ତି ସାଂସଦ ଡ. ସାମନ୍ତ। ଏହି ବିଜୟ ଯାତ୍ରାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସମେତ ପ୍ରତି ବ୍ଲକ ଚେୟାରମ୍ୟାନ୍ ଉପସ୍ଥିତଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.