ନିରବୀ ଗଲେ ହାସ୍ୟ ଅଭିନେତା ସଲିଲ ମିତ୍ର : କଳାକାର ପ୍ରକାଶ କଲେ ସୋସିଆଲ ମିଡିଆରେ ଶୋକ

ନିରବୀ ଗଲେ ହସି ହସଉଥିବା ମଣିଷ। ପରଲୋକରେ ଓଲିଉଡର ଜଣାଶୁଣା ହାସ୍ୟ ଅଭିନେତା ସଲିଲ ମିତ୍ର। ସଡ଼କ ଦୁର୍ଘଟଣା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସଲିଲଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ଶୋକର ଛାୟା। ଫିଲ୍ମ ସହ ଧାରାବାହିକ, ଆଲବମ୍ ଓ ଅନେକ ନାଟକରେ ସଲିଲ ଛାଡ଼ି ଯାଇଛନ୍ତି ଅଭିନୟର ଛାପ। ତେବେ ତାଙ୍କର ବିୟୋଗରେ ଓଲିଉଡ଼ କଳାକାରମାବେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ କରିଛନ୍ତି ।

ଓଲିଉଡ଼ର ନବକଳାକାରଙ୍କ ପାଖରୁ ଆରମ୍ଭ କରି ଅନେକ ବିଶିଷ୍ଟ ଅଭିଜ୍ଞ କଳାକାର ମାନେ ମଧ୍ୟ ସଲିଲଙ୍କ ବିୟୋଗରେ ନିଜ ଦୁଃଖ ପ୍ରକାଶ କରିଛନ୍ତି। ଏହି ତାଲିକାରେ ସାମିଲ ଅଛନ୍ତି ଅଚ୍ଚିତା ସାହୁ, ଶୀତଲ ପାତ୍ର, ଜିନା ସାମଲ, ସ୍ବରାଜ୍ ବାରିକ୍, ଦେବଜାନୀ ଦେଉରିଆ ଆଦି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସଲିଲଙ୍କ ପାଇଁ ଷ୍ଟୋରୀଜ୍ ଅପଡେଟ କରିଛନ୍ତି।

salil

୧୯୯୯ ମସିହାରେ ପୁଅ ଭାଙ୍ଗିଦେଲା ସୁନା ସଂସାରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ସଲିଲ ମିତ୍ର। ଅର୍ଜୁନ, ଶୁଭ ବିବାହ, ତୁ ମୋ ଆରମ୍ଭ ତୁ ମୋ ଶେଷ, ଗଞ୍ଜା ଲଢ଼େଇ, ଗପ ହେଲେବି ସତ, ପରି ଭଳି ଅନେକ ଫିଲ୍ମରେ ତାଙ୍କ ଅଭିନୟରେ ହସି ହସି ବେଦମ୍ ହୋଇଥିଲେ ଦର୍ଶକ। ସେହିପରି ଅନେକ ଧାରାବାହିକ, ଆଲବମ୍ ଓ ନାଟକରେ ମଧ୍ୟ ଅଭିନୟର ଛାପ ଛାଡ଼ିଛନ୍ତି ସଲିଲ ମିତ୍ର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.