ଗଜପତି : ନାବାଳିକା ନିଖୋଜକୁ ବିତିଗଲାଣି ୨୭ ଦିନ । ଥାନାରେ ଅଭିଯୋଗ ପରେ ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍ । ଗଜପତି ଜିଲ୍ଲା ମୋହନା ବ୍ଲକ ବି.ରାଇସିଂ ଗାଁରୁ ଆସିଛି ଏଭଳି ଅଭିଯୋଗ । ଗାଁର ବିଶ୍ୱନାଥ ମଲ୍ଲିକଙ୍କ ଝିଅ ଗତ ମେ ୨୧ ତାରିଖରେ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ । ଏନେଇ ପରିବାର ଲୋକେ ମେ ୨୨ ତାରିଖରେ ମୋହନା ଥାନାରେ ଅଭିଯୋଗ କରିଥିଲେ । ବାରମ୍ବାର ପୋଲିସର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଆଶ୍ୱାସନା ଦେବା ବଦଳରେ ନାବାଳିକାଙ୍କ ପରିବାରକୁ ଧମକାଇବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ପୋଲିସ୍ ଠାରୁ ସହଯୋଗ ନପାଇ ପରିବାର ଲୋକ ମୋହନା ସମନ୍ଵିତ ଶିଶୁ ବିକାଶ ଅଧିକାରୀଙ୍କୁ ଭେଟି ସମସ୍ତ କଥା ଜଣାଇଥିଲେ । ତାପରେ ଘଟଣା ନେଇ ଏତଲା ଦାଏର ହୋଇଥିଲା । ଖୁବଶୀଘ୍ର ସମସ୍ୟାର ସମାଧାନ ନହେଲେ ମୋହନା ଥାନାକୁ ଘେରାଉ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।