ନିଜ ଜୀବନକୁ ବାଜି ଲଗାଇ ୭ ବର୍ଷର ସାନ ଭାଇକୁ ଚିତା ବାଘ ମୁହଁରୁ ରକ୍ଷା କଲା ବଡ ଭାଇ

ଆପଣ ପ୍ରାୟ ସବୁବେଳେ ବାଘ ମାନଙ୍କ ଆକ୍ରମଣ ବିଷୟରେ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ ଜଣାଇବାକୁ ଚାହୁଁଛୁ ତାହା ସମ୍ପୂର୍ଣ୍ଣ ଭାବରେ ଅନ୍ୟ ଘଟଣା ଠାରୁ ଭିନ୍ନ ଅଟେ। ଘଟଣା ଟି କିଛି ଏମିତି ଜଣେ ଛୋଟ ପିଲାର ସାହସ ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଥାଣେ ଜିଲ୍ଲାର ୧୪ ବର୍ଷର ବାଳକ ନିଜର ଜୀବନକୁ ବାଜି ଲଗାଇ ଚିତା ବାଘର ମୁହଁରୁ ସାନ ଭାଇକୁ ରକ୍ଷା କରିପାରିଛି।

ଘଟଣା ଦିନ ଦୁଇ ଜଣ ବାଳକ ନିଜର ଜେଜେମା ସହିତ ପାଖ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରେ ପହଁଚିବା ପରେ ପିଲାଙ୍କର ଜେଜେମା ତାଙ୍କ କାମରେ ବ୍ୟସ୍ତ ରହିଗଲେ। ଆଉ ଏହି ସମୟରେ ପିଲା ଦୁଇ ଜଣ ଜାମୁକୋଳି ଖାଇବାକୁ ଜଙ୍ଗଲ ଭିତରକୁ ଚାଲି ଆସିଲେ। ଏହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ବାଘଟି ଆସି ବଡ ଭାଇ ଉପରେ ଆକ୍ରମଣ କଲା।

leopard tigerକୌଣସି ମତେ ଯେତେବେଳେ ବଡ ଭାଇ ବାଘ ମୁହଁରୁ ରକ୍ଷା ପାଇଗଲା ସେତେବେଳେ ବାଘଟି ସାନ ଭାଇକୁ ଆକ୍ରମଣ କଲା। ଏହା ଦେଖି ବଡ ଭାଇ ବହୁତ ଡରିଗଲା ଏବଂ ନିଜର ସାନ ଭାଇକୁ ରକ୍ଷା କରିବା ପାଇଁ ଚେଷ୍ଟା କଲା। ସେ ବାଡି ଏବଂ ପଥର ଚିତା ବାଘ ଉପରକୁ ଫିଙ୍ଗିଲା। ଏଥିରେ ଚିତା ବାଘଟି ଚିଡି ଯାଇ ପିଲାଟିକୁ ଛାଡି ଜଙ୍ଗଲ ଆଡକୁ ଚାଲିଗଲା।

ଏହାପରେ ଦୁଇ ଭାଇ ପାଟି କରି ଲୋକମାନଙ୍କୁ ଡାକିଲେ। ଏହାପରେ ଦୁଇ ଜଣଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରାଗଲା। ଘଟଣାର ପରଦିନ ହିଁ ବନ ବିଭାଗ ଚିତା ବାଘର ମୃତ ଘୋଷଣା କରିଥିଲେ।

ଚିତା ବାଘକୁ ବ୍ୟବଚ୍ଛେଦ ପାଇଁ ସଞ୍ଚୟ ଗାନ୍ଧୀ ନେସନାଲ ପାର୍କକୁ ପଠାଯାଇଥିଲା। ରିପୋର୍ଟ ଅନୁଯାୟୀ ବାଘଟିର କୌଣସି ବାହାରର ଆଘାତ କାରଣରୁ ମୃତ୍ଯୁ ହୋଇନଥିଲା ବରଂ ଅତ୍ୟଧିକ ବୟସ କାରଣରୁ ଏମିତି ହୋଇଛି ବୋଲି ଡାକ୍ତର କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.