ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ସହ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବାରିପଦା ଜଗନ୍ନାଥ ମନ୍ଦିର ସେବାୟତଙ୍କ ଆଲୋଚନା। ବାରିପଦା ଜଗନ୍ନାଥ ମନ୍ଦିରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ସହ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ନେଇ ଆଲୋଚନା ହୋଇଛି। ଆଲୋଚନା ପରେ ସମସ୍ତ ସମସ୍ୟାର ସମାଧାନ ସହ ସେଠାରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଓ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସହ ଜବରଦଖଲରେ ଥିବା ମହାପ୍ରଭୁଙ୍କ ସଂପତିର ପୁନରୁଦ୍ଧାର, ସେବାୟତଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ଆଲୋଚନା ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉପସ୍ଥିତ ଥିଲେ।

Leave A Reply

Your email address will not be published.