ଶିଖିବା ଏବଂ ଶିଖାଇବାର ନାଁ ହି ତ ଜୀବନ । ଏହାକୁ ଯେତିକି ଜିଇଁବେ ସେତିକି ଶିଖାଇବ । କେବେ ଝୁଣ୍ଟାଇ ତଳେ ପକାଇବ ତ କେତେବେଳେ ହାତ ଧରି ଉଠାଇ ଦେବ । ବହୁତ କିଛି ଶିଖାଇଦେଇଥାଏ ଜୀବନ । ଆସନ୍ତୁ ଜାଣିବା ଜୀବନର ଏମିତି ଶିକ୍ଷା ଯାହାକୁ ସମସ୍ତେ ଶିଖିବା ଉଚିତ୍ ।
– ନିଜ ଲକ୍ଷ ବିଷୟରେ ନିଶ୍ଚୟ ଜାଣିବା ଉଚିତ୍ । ତେଣିକି ଏହା କ୍ୟାରିୟର୍ ସହ ଜଡିତ ହେଉ ଅବା ନିଜ ଜୀବନ ସମ୍ପର୍କିତ ହେଉ ।
– କିଛି ବି କରିବା ପାଇଁ ସୁସ୍ଥ ରହିବା ନିହାତି ଜରୁରୀ । ସେଥିପାଇଁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
– ଜୀବନକୁ ଦୌଡି ଦୌଡି ବଂଚନ୍ତୁ ନାହିଁ । ଆଜିକାଲିର ଯୁବପିଢି ସର୍ବଦା ଜଲଦିରେ ରହିଥାଏ । ଯାହା ଦ୍ବାରା କାମ ହେବା ପରିବର୍ତ୍ତେ ବିଗିଡି ଯାଇଥାଏ । ତେଣୁ ଜୀବନକୁ ଆରାମରେ ଜିଅ ।
– ଜୀବନର ସାମ୍ନା ହସି ହସି କରନ୍ତୁ । ଆଉ ନିଜ ଭିତରର ପିଲାକୁ କେବେ ବି ମରିବାକୁ ଦିଅନ୍ତୁନି ।
ଏହା ସହ ପଢନ୍ତୁ ପ୍ରଥମେ ସଂଧ୍ୟା ୫ ଟାରେ ହେଉଥିଲା ବଜେଟ୍ ଉପସ୍ଥାପନ, କିନ୍ତୁ ଏବେ କାହିଁକି ବଦଳିଯାଇଛି ସମୟ ?
– ସଫଳତା ଏବଂ ବିଫଳତା ବିଷୟୟରେ କେବେ ବି ଚିନ୍ତା କରିବା ଆବଶ୍ୟକ ନାହିଁ । ସେହି କାମ କରନ୍ତୁ ଯେଉଁଥିରେ ମନ ଲାଗୁଛି ।
– ନିଜ ସମୟକୁ କାମର ଜିନିଷ ଶିଖିବାରେ ଲଗାନ୍ତୁ । ନା କି ସେ ଜିନିଷରେ ଯାହା ଆପଣଙ୍କ କାମରେ ଆସିବ ନାହିଁ ।
– ନିଜ କ୍ଷମତାକୁ ବାନ୍ଧନ୍ତୁ ନାହିଁ । ଯେଉଁ କାମ ଲାଗୁଛି କି ଆପଣ କରିପାରିବେ ନାହିଁ ତାକୁ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।
– କିଛି ଲୋକଙ୍କୁ ଅଧିକ ସମୟ ଯାଏଁ ଶୋଇବାକୁ ଭଲ ଲାଗିଥାଏ । କିନ୍ତୁ ବିଳମ୍ବ ଯାଏଁ ଶୋଇଲେ କାମ ଅଧୁରା ରହିଯାଇଥାଏ । ଏହା ସହ ଦିନ ସାରା ଅଳସ ଲାଗିଥାଏ । ସେଥିପାଇଁ ସକାଳୁ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ ।
– ସମସ୍ତଙ୍କ ବିଷୟରେ ଜାଣିବା ଭଲ କଥା । କାହାର କାହାଣୀ କେତେବେଳେ କେମିତି ଆପଣଙ୍କୁ ସାହାଯ୍ୟ କରିବ ତାହା କାହାକୁ ଜଣା ନାହିଁ । ତେଣୁ ସମସ୍ତଙ୍କ ସହ କଥା ହେବା ଅଭ୍ୟାସରେ ପକାନ୍ତୁ ।
– ଅଳ୍ପରେ ଖୁସି ହେବା ଶିଖନ୍ତୁ । ଛୋଟ ଛୋଟ ଜିନିଷରେ ବିଶ୍ବାସ ରଖିବା ଶିଖନ୍ତୁ । ଏହି ବିଶ୍ବାସ ବଡ ସଫଳତାର ଚାବି ।
– ସଫଳତା ଅର୍ଥ ଆପଣଙ୍କ ପାଇଁ କଣ ତାହା ବୁଝି ଆଗକୁ ଚାଲନ୍ତୁ ।
ଏହା ସହ ପଢନ୍ତୁ ବୁଡ଼ି ଯାଉଛି ବେଉସା : ନୂଆ ଆସିଲେ ପୁରୁଣା ଜିନିଷ ହୋଇଯାଉଛି ଇତିହାସ
– ଜୀବନକୁ ବଂଚିବା ପାଇଁ ନିଜ ଚିନ୍ତା ସକାରାତ୍ମକ ହେବ ନିହାତି ଜରୁରୀ । ଯଦି ଅସଫଳତା ହାତରେ ଲାଗୁଛି ତେବେ ଏଥିରେ ନିଜକୁ ପଜିଟିଭ୍ ରଖନ୍ତୁ । ଯାହା ଫଳରେ ଲକ୍ଷ ପାଇବା ସହଜ ହେବ ।
– ଯଦି କୌଣସି ଜିନିଷକୁ ପାଇବାକୁ ଚାହୁଁଛନ୍ତି ତେବେ ତା ପାଇଁ ଏତେ ପରିଶ୍ରମ କରନ୍ତୁ ଏବଂ ତାକୁ ଏତେ ପ୍ରେମ କରନ୍ତୁ ଯେ ତାହା ଆପଣଙ୍କୁ ମିଳିଯିବ ।
– ଇଗୋ କୌଣସି ବି ସମ୍ପର୍କକୁ ଶେଷ କରିଦିଏ । ତେଣୁ ଏହାକୁ ନିଜଠାରୁ ଦୂରେଇ ରଖନ୍ତୁ ।
– କାହାକୁ ବି ନିଜ ଠାରୁ କମ୍ ଭାବନ୍ତୁ ନାହିଁ । ସଡକରେ ଭିକ ମାଗୁଥିବା ବ୍ୟକ୍ତିକୁ ବି ସ୍ନେହର ସହ କଥା ହୁଅନ୍ତୁ ।