ଭାରତ ବଜାରରେ ବିଏମଡବ୍ଳୁର ଦୁଇଟି ନୂଆ ଦାମୀ ବାଇକ୍ , ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ଭାରତ ବଜାରରେ ବିଏମଡବ୍ଳୁର ଦୁଇଟି ନୂଆ ଦାମୀ ବାଇକ୍ । ଯାହାର ବଜାରରେ ପବେଶ ନେଇ ଘୋଷଣା କରିଛି କମ୍ପାନୀ । ଦୁଇଟି ବାଇକ୍ ହେଉଛି ୨୦୧୯ ବିଏମଡବ୍ଳୁର ଆର୍ ୧୨୫୦ ଜିଏସ୍ ଏବଂ ଆର୍ ୧୨୫୦ ଜିଏସ୍ ଆଡଭେଞ୍ଚର। ଏହି ବାଇକର ମୂଲ୍ୟ ୧୬ ଲକ୍ଷ ୮୫ ହଜାର ଟଙ୍କାରୁ ଆରମ୍ଭ କରି ୨୧ ଲକ୍ଷ ୯୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ବାଇକ୍ ଦୁଇଟିରେ ଏଲଇଡି ହେଡଲାଇଟ୍ ଏବଂ ଏଲଇଡି ଡିଆରଏଲ୍ ରହିଛି। ବାଇକରେ ୬.୫ ଇଞ୍ଚର ଟିଏଫଟି ସ୍କ୍ରିନ୍ ଲାଗିଛି। ମ୍ୟୁଜିକ୍ ଓ ନାଭିଗେସନ୍ ପାଇଁ ଏହାକୁ ସ୍ମାର୍ଟଫୋନ ସହିତ କନେକ୍ଟ କରାଯାଇ ପାରିବ। ପୂର୍ବ ମଡେଲ ତୁଳନାରେ ନୂଆ ବାଇକରୁ ଅଧିକ ୧୧ଏଚପିର ପାୱାର ଏବଂ ୧୮ଏନ୍ଏମର ଟର୍କ ମିଳିବ।

BMWତେବେ କମ୍ପାନିର ଡିଲରପଏଣ୍ଟ୍ ଗୁଡ଼ିକରେ ଏହି ବାଇକ୍ ଦୁଇଟି ପାଇଁ ବୁକିଂ କରାଯାଇ ପାରିବ। ସୂଚନା ଅନୁଯାୟୀ ଏହି ବାଇକକୁ ବୁକିଂ କରିବା ପାଇଁ ଗ୍ରାହକଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ହେବ। ବିଏମଡବ୍ଳୁ ଏହି ବାଇକ୍ ଦୁଇଟିରେ ଖାସ୍ କଥା ହେଉଛି କମ୍ପାନୀ ବାଇକର ଇଞ୍ଜିନରେ ଖାସ୍ କରି ପରିବର୍ତ୍ତନ ଆଣିଛି। ପୂର୍ବ ମଡେଲ ତୁଳନାରେ ଏହି ବାଇକ୍ ଅଧିକ ଡେଭଲପ ମଡେଲ ନେଇ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.