Below header

ହୋଣ୍ଡା Forza 300 ର ଫାଷ୍ଟଲୁକ୍‌ ଜାରି, ଦମ୍‌ଦାର ଇଞ୍ଜିନ୍‌ ସହ ଦେଉଛି ମସ୍ତ ଲୁକ୍‌

ଜାପାନର ଅଟୋ ନିର୍ମାତା କମ୍ପାନୀ ହୋଣ୍ଡା ନିଜ ନୂଆ Forza 300 ର ଫାଷ୍ଟଲୁକ୍‌ ଜାରି କରିଛି। ଏହି ସ୍କୁଟର ଲୁକ୍‌ ଅନ୍ୟ ସବୁ ସ୍କୁଟରଠାରୁ ଅଲଗା ରହିଛି। ଏହାର ସିଟ୍‌ର ଆକାର ବି ଅନ୍ୟ ସ୍କୁଟର ଠାରୁ ଅପେକ୍ଷାକୃତ ବଡ଼ ରହିଛି। ସ୍କୁଟରର ହେଭି ଇଞ୍ଜିନ୍‌ ଏହାକୁ ଅନ୍ୟ ସ୍କୁଟର ଠାରୁ ଖାସ୍‌ ବନାଉଛି। ଏହାର ଲୁକ୍‌ ବି ବହୁତ ଷ୍ଟାଇଲିସ୍‌ ଲାଗୁଛି।

ସ୍କୁଟରର ସାମ୍ନା ଓ ସାଇଡ୍‌ ଡିଜାଇନ୍‌, ମିରର, ରିୟର ସାଇଡ୍‌ ପାନେଲ ଓ ଇଞ୍ଜିନ୍‌ କଭର ଏହାକୁ ଏକ ଖାସ୍‌ ଲୁକ୍‌ ଦେଉଛି। ବାଇକ୍‌ରେ ୟୁଏସ୍‌ବି ଚାର୍ଜିଂ ପଏଣ୍ଟ ବି ଦିଆଯାଇଛି। ଫଳରେ ଦୂର ଯାତ୍ରା କରିବା ବେଳେ ଆପଣଙ୍କୁ ମୋବାଇଲ ଚାର୍ଜ କରିବାରେ ସମସ୍ୟା ହେବ ନାହିଁ।
ଏହି ୨୦୨୧ ଫୋର୍ଜା ୧୨୫ ସ୍କୁଟର ମ୍ୟାଟ୍‌ ସାଇନସ୍‌ ଗ୍ରେ ମେଟାଲିକ୍‌, ପର୍ଲ କୁଲ ହ୍ଵାଇଟ୍‌, ପର୍ଲ ନାଇଟ୍‌ଷ୍ଟାର ବ୍ଲାକ୍‌, ଲୁସେଣ୍ଟ ସିଏଭର ମେଟାଲିକ୍‌ ଓ ମ୍ୟାଟ୍‌ କାର୍ନେଲିଆନ୍‌ ରେଡ୍‌ ମେଟାଲିକ୍‌ କଲରରେ ଉପଲବ୍ଧ ହେଉଛି।

Honda Forza 125

Honda Forza 300 ରେ ୧୨୫ ସିସି ଇଞ୍ଜିନ୍‌, ସିଙ୍ଗଲ ସିଲିଣ୍ଡର, ଲିକୁଇଡ୍‌ କୁଲଡ ଇଞ୍ଜିନ୍‌ ରହିଛି ଯାହା ୮,୭୫୦rpm ରେ ୧୪.୭୫bhp ଓ ୬,୫୦୦୦rpm ରେ ୧୨.୨Nm ର ଶକ୍ତି ସୃଷ୍ଟି କରେ। ଏହି ସ୍କୁଟରର ଦାମ୍‌ ଭାରତୀୟ ବଜାରରେ ୧ଲକ୍ଷ ଟଙ୍କା ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.