ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ, ହାଟ୍ରିକ ପାଇଁ ପଞ୍ଜାବ କରିବ ଚେଷ୍ଟା

ଆଇପିଏଲ୍‌ ସିଜିନ ୧୩ରେ ୩୮ ମ୍ୟାଚରେ ଦୁବାଇରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟରେ ଟକ୍କର ହେବ। ଗତଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ରୋମାଞ୍ଚକ ମୁବାକିଲାରେ ବିଜୟ ହାସଲ କରିଥିବାରୁ ପଞ୍ଜାବର ମନୋବଳ ଦୃଢ ରହିଛି। କିନ୍ତୁ ଏଥର ପଏଣ୍ଟ ତାଲିକାରେ ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ସହିତ ମୁକାବିଲା ପାଇଁ ବହୁତ କଷ୍ଟ କରିବାକୁ ହେବ।

ଆଇପିଏଲ୍‌ ରେକର୍ଡ ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗ ଇଲେଭେନ ପଞ୍ଜାବ ମଧ୍ୟରେ ଏପର୍ଯ୍ୟନ୍ତ ୨୫ଟି ମ୍ୟାଚ ହୋଇସାରିଛି। ଯେଉଁଥିରୁ ଦିଲ୍ଲୀ ୧୧ଟି ଏବଂ ପଞ୍ଜାବ ୧୪ଟି ମ୍ୟାଚ ଜିତିଛି। ଗତ ଦୁଇଟି ମ୍ୟାଚରେ ପଞ୍ଜାବ ଜିତ୍‌ ହାସଲ କରିଛି। ସେହିପରି ଦିଲ୍ଲୀ ଟିମ୍‌ ଟୁର୍ଣ୍ଣାମେଣ୍ଟରେ ଥିବା ଟିମ୍‌ ମଧ୍ୟରୁ ସବୁଠାରୁ ଅଧିକ ସଫଳ ଟିମ୍‌। ଶନିବାର ଦିନ ଚେନ୍ନାଇ ଠାରୁ ଜିତ୍‌ ହାସଲ କରିବା ପରେ ଦିଲ୍ଲୀର ମନୋବଳ ମଧ୍ୟ ଦୃଢ ହୋଇଯାଇଛି। ଚଳିତ ଆଇପିଏଲ୍‌ରେ ୯ଟି ମ୍ୟାଚରୁ ୭ଟି ମ୍ୟାଚ ଜିତିସାରିଛି ଦିଲ୍ଲୀ। ତେବେ ଆଜିର ମ୍ୟାଚରେ ଉଭୟ ଦଳ ମ୍ୟାଚ ଜିତିବାକୁ ଚେଷ୍ଟା କରିବ।

ipl

ସମ୍ଭାବ୍ୟ ପଞ୍ଜାବ ଦଳ: ଲୋକେଶ ରାହୁଲ, କ୍ରିସ୍ ଗେଲ୍, ମୟଙ୍କ୍ ଅଗ୍ରୱାଲ, ମନଦୀପ ସିଂହ, ନିକୋଲାସ ପୂରନ, ପ୍ରଭସିମରନ ସିଂହ, ରବି ବିଷ୍ନୋଇ, ଅର୍ଶଦୀପ ସିଂହ/ଦୀପକ ହୁଡ଼ା, ମୁଜିବ ଉର ରେହମାନ, ମହମ୍ମଦ ସାମି, ସେଲଡନ୍ କଟ୍ରେଲ୍ ।

ସମ୍ଭାବ୍ୟ ଦିଲ୍ଲୀ ଦଳ: ଶିଖର ଧଓ୍ଵନ୍, ପୃଥ୍ଵୀ ଶ, ଶ୍ରେୟସ ଅୟର, ଶିମରୋନ୍ ହେଟମେୟର, ଏନରିଚ୍ ନୋତର୍ଜୋ, କାଗିସୋ ରବାଡ଼ା, ଅମିତ ମିଶ୍ର ଓ ରବିଚନ୍ଦ୍ରନ ଅଶ୍ୱିନ, ମାର୍କସ ଷ୍ଟୋଇନିସ୍, ହର୍ଷଲ ପଟେଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.