PNB ଗ୍ରାହକ ଏବେ SMS ଜରିଆରେ କରିପାରିବେ ଫଣ୍ଡ ଟ୍ରାନ୍ସପର ଏବଂ ଷ୍ଟାଟସ୍‌ ଚେକ୍‌, ଜାଣନ୍ତୁ କେମିତି

କରୋନା ମହାମାରୀ ସମୟରେ ଲୋକମାନଙ୍କୁ ବାରମ୍ବାର ବ୍ୟାଙ୍କ ନଆସିବା ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଗ୍ରାହକଙ୍କ ପାଇଁ ଏକ ଖାସ୍‌ ସୁବିଧା ଆରମ୍ଭ କରିଛି। ଏହି ସୁବିଧାରେ ଆପଣ କେବଳ SMS ଜରିଆରେ ନିଜର ସମସ୍ତ କାମ କରିପାରିବେ। ଏଥିପାଇଁ ଆପଣଙ୍କୁ କେବଳ ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ ବ୍ୟାଙ୍କକୁ ମେସେଜ୍‌ କରିବାକୁ ପଡିବ ଏବଂ ଆପଣଙ୍କୁ ସମସ୍ତ ଡିଟେଲ୍ସ ମୋବାଇଲରେ ହିଁ ମିଳିଯିବ। ଏହି ସର୍ଭିସର ଲାଭ ଉଠାଇବା ପାଇଁ ସବୁଠାରୁ ଜରୁରୀ ହେଉଛି ଆପଣଙ୍କ ମୋବାଇଲ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ ଥିବା ଆବଶ୍ୟକ।

କ’ଣ କ’ଣ ସୁବିଧା ପାଇପାରିବେ

ଏହି ସୁବିଧା ଜରିଆରେ ବାଲାନ୍ସ ଜାଣିବା, ମିନି ଷ୍ଟେଟମେଣ୍ଟ, ଫଣ୍ଡ ଟ୍ରାନ୍ସପର, ଚେକ୍‌ ଷ୍ଟାଟସର ଠିକଣା ଏବଂ ଚେକ୍‌ ପେମେଣ୍ଟ ରୋକିବା ସହ ଅନେକ କାମ ଘରେ ବସି କରିପାରିବେ। ଆପଣ ‘‘PNB PROD’’ ଲେଖି 5607040 ନମ୍ବରରେ SMS କରି ମଧ୍ୟ ଏହା ବିଷୟରେ ଜାଣିପାରିବେ। ଏଥିରେ ମେସେଜ୍‌ କରିବା ପରେ ଆପଣଙ୍କୁ ସର୍ଭିସର ପୁରା ଲିଷ୍ଟ ମିଳିଯିବ। ଏହି ସର୍ଭିସ୍‌ ଜରିଆରେ ୧ ଦିନରେ ଅଧିକତମ ୫୦୦୦ ଟଙ୍କା ଟ୍ରାନ୍ସଫର କରାଯାଇପାରିବ।

କେଉଁ ନମ୍ବର ମେସେଜ୍‌ କରିବାକୁ ପଡିବ

ବ୍ୟାଙ୍କର ଏହି ସୁବିଧା ଜରିଆରେ ଆପଣଙ୍କୁ ସମସ୍ତ ଟ୍ରାଞ୍ଜେକ୍ସନର ଅଲର୍ଟ ମେସେଜ୍‌ ଜରିଆରେ ମିଳିବ। SMS ବ୍ୟାଙ୍କିଂ ପାଇଁ ଆପଣଙ୍କୁ ବ୍ୟାଙ୍କ ପକ୍ଷରୁ ଜଣାଯାଇଥିବା ଫର୍ମାଟରେ ବ୍ୟାଙ୍କକୁ 5607040 ନମ୍ବରରେ ମେସେଜ୍‌ କରିବାକୁ ହେବ। ଏହି ଜରିଆରେ ଜାଣନ୍ତୁ କେଉଁ ସୁବିଧା ପାଇଁ କେଉଁ ଫର୍ମାଟ ଜରିଆରେ ମେସେଜ୍‌ କରିବାକୁ ପଡିବ. . .

PNBବାଲାନ୍ସ ଜାଣିବା ପାଇଁ

BAL/space/16 digit Account Number
ଉଦାହରଣ: BAL 015300XXXXXXXXXX

ମିନି ଷ୍ଟେଟମେଣ୍ଟ ପାଇଁ

MINSTMT/space/16 digit Account Number
ଉଦାହରଣ: MINSTMT 015300XXXXXXXXXX

ଫଣ୍ଡ ଟ୍ରାସଫର ପାଇଁ

SLFTRF/space/ FROM A/C/ space/TO A/C/space/AMOUNT
ଉଦାହରଣ: SLFTRF 015300YYYYYYYYYY 015300XXXXXXXXXX 100

ଚେକ୍‌ ଷ୍ଟାଟସ୍‌ ପାଇଁ

CHQINQ/space/CHEQUE NUMBER/space/16
ଉଦାହରଣ: CHQINQ 123456 015300XXXXXXXXXX

ଚେକ୍‌ ପେମେଣ୍ଟ ରୋକିବା ପାଇଁ

STPCHQ/space/CHEQUE NO./space/16 ଅଙ୍କ ଥିବା ଆକାଉଣ୍ଟ ନମ୍ବର
ଉଦାହରଣ: STPCHQ 123456 015300XXXXXXXXXX

ICICI ବ୍ୟାଙ୍କ ହ୍ଵାଟସଆପ୍‌ ବ୍ୟାକିଂ ସର୍ଭିସେଜ୍‌ ର ବିସ୍ତାର କରିଛି

ICICI ବ୍ୟାଙ୍କ ମଧ୍ୟ ନିଜର ଗ୍ରାହକମାନଙ୍କ ପାଇଁ ହ୍ଵାଟସଆପ୍‌ ବ୍ୟାକିଂ ସର୍ଭିସ୍‌ ର ବିଷୟରେ ବିସ୍ତାର କରିଛି। ବ୍ୟାଙ୍କର ଗ୍ରାହକ ବର୍ତ୍ତମାନ ହ୍ଵାଟସଆପ୍‌ ବ୍ୟାକିଂ ଜରିଆରେ ଏଫଡିରେ ନିବେଶ, ବିଲ୍‌ ଭରିବା ଏବଂ ଟ୍ରେଡ ଫାଇନାସ୍‌ ସହ ଜଡିତ ସେବା ନେଇପାରିବେ। ଏଥିପାଇଁ ବ୍ୟାଙ୍କର ଭେରିଫାଇଡ ନମ୍ବର (86400 86400) ଜରିଆରେ ହ୍ଵାଟସଆପ୍‌ ଜରିଆରେ ବ୍ୟାଙ୍କ ନିକଟରେ ରେଜିଷ୍ଟର୍ଡ ହୋଇଥିବା ମୋବାଇଲ ନମ୍ବରରୁ ମେସେଜ୍‌ ପଠାଇବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.