ମାଲକାନଗିରି: ଟଳିଲା ବଡ ଧରଣର ଅଘଟଣ, ଜବତ ହେଲା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ

ମାଲକାନଗିରି: ଟଳିଲା ବଡ ଧରଣର ଅଘଟଣ। ଅଳ୍ପକେ ବର୍ତ୍ତୀଯାଇଛନ୍ତି ଯବାନ୍‌ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜବତ ମାଓ ସାମଗ୍ରୀ ମଧ୍ୟରେ ଟିଫିନ୍‌ ବୋମା ରହିଛି। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଗୋରାସେତୁ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇବା ପରେ ସେଠାରେ BSF ଯବାନମାନେ କମ୍ବିଂ ଅପରେସନ୍‌ ଆରମ୍ଭ କରିଥିଲେ। କମ୍ବିଂ ବେଳେ ମାଟି ତଳେ ପୋତାଯାଇଥିବା ୭ଟି ଲ୍ୟାଣ୍ଡମାଇନ୍‌ ସମେତ କିଛି ଟିଫିନ୍‌ ବୋମା ଜବତ କରିଛନ୍ତି ।

tiffin bomb

ପୋଲିସ ଓ BSF ଯବାନ ମିଳିତ ଭାବରେ ଏହି କମ୍ବିଂ ଅପରେସନ କରିଥିଲେ। ଘଟଣାସ୍ଥଳରେ ଯଥା ସମୟରେ ପହଞ୍ଚି ଲ୍ୟାଣ୍ଡମାଇନ୍‌ ବମ୍‌ ସ୍କ୍ଵାଡ ତରଫରୁ ଡିଫ୍ୟୁଜ୍‌ କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାଯାଇଛିଯେ, ପୋଲିସକୁ ଟାର୍ଗେଟ୍‌ କରି ହିଁ ଏହି ଲ୍ୟାଣ୍ଡମାଇନ୍‌ ଗୁଡିକୁ ଖଞ୍ଜା ଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.